କଟକରେ ଆରମ୍ଭ ହେଲା ମାଗଣା ରୁଟି ବ୍ୟାଙ୍କ, ଉପକୃତ ହେବେ ଗରିବ
PTI9_4_2018_000169B
ଭୋଜି କିମ୍ବା ହୋଟେଲରେ ବଳକା ଖାଦ୍ୟ ସଂଗ୍ରହ କରି ଲୋକଙ୍କୁ ସ୍ବାସ୍ଥ୍ୟକର ଢଙ୍ଗରେ କରାଯିବ ବିତରଣ
କଟକ: ମୁମ୍ବାଇ ରୁଟି ବ୍ୟାଙ୍କ ଢାଞ୍ଚାରେ କଟକରେ ମଧ୍ୟ ଆରମ୍ଭ ହେଲା ମାଗଣା ରୁଟି ବ୍ୟାଙ୍କ। କଟକରେ ଆରମ୍ଭ ହୋଇଥିଵା ରୁଟି ଵ୍ୟାଙ୍କ ପାଇଁ ମୁମ୍ବାଇର ରୋଟି ଵ୍ୟାଙ୍କ ସହାୟତା ମଧ୍ୟ ଯୋଗାଇ ଦେଇଛି। ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ଓପେପା ଅଧ୍ୟକ୍ଷ ବିନୋଦ ଦାସ, ପୂର୍ବତନ ଓ ପି ଏସ୍ ସି ଅଧ୍ୟକ୍ଷ ସତ୍ୟକାମ୍ ମିଶ୍ର, ୠଚି ଉଦ୍ୟୋଗ ମୁଖ୍ୟ ଶରତ ଚନ୍ଦ୍ର ସାହୁଙ୍କ ଭଳି କଟକର ଵହୁ ବରିଷ୍ଠ ଓ ପ୍ରତିଷ୍ଠିତ ଲୋକଙ୍କ ସହାୟତାରେ ଏହି ରୁଟି ବ୍ୟାଙ୍କ ଆରମ୍ଭ ହୋଇଛି। ଗରିବ ଲୋକ ମାନଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଣ ଦେବା ଉଦ୍ଦେଶ୍ୟରେ ଏହି ରୁଟି ବ୍ୟାଙ୍କ ଆରମ୍ଭ କରାଯାଇଛି। କଟକରେ ଆସ୍ଥା ଆଲୋକ ଟ୍ରଷ୍ଟର ବ୍ୟାନର ତଳେ ଏହି ରୁଟି ବ୍ୟାଙ୍କ କାମ କରିଵ।
ପ୍ରାଥମିକ ପର୍ଯ୍ୟାୟରେ କ୍ୟାନସର ହସ୍ପିଟାଲ ସହ ଶିଶୁ ଭବନ ଭଳି କିଛି ହସ୍ପିଟାଲରେ ଏହି ସେବା ଆରମ୍ଭ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ କୌଣସି ଭୋଜିରେ କିମ୍ବା ହୋଟେଲରେ ବଳକା ଖାଦ୍ୟ ସଂଗ୍ରହ କରି ଲୋକଙ୍କୁ ସ୍ବାସ୍ଥ୍ୟକର ଢଙ୍ଗରେ ବିତରଣ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
