ବାଲେଶ୍ୱର : ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲର ଇନଷ୍ଟଲେସନ ସେରିମନି
ବାଲେଶ୍ୱର : ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ର ଇନଷ୍ଟଲେସନ ସେରିମନି ରବିବାର ବାଲେଶ୍ୱର ସହର ଉପକଣ୍ଠସ୍ଥ ସହଦେବଖୁଣ୍ଟା ସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କ୍ଲବର ସଭାପତି ରୋଟାରିଆନ ସତ୍ୟମ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । କ୍ଲବର ସମ୍ପାଦକ ନିରଞ୍ଜନ ମହାନ୍ତି କ୍ଲବ ଦ୍ୱାରା ୨୦୨୦-୨୧ ଆର୍ôଥକ ବର୍ଷରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ଇନଷ୍ଟଲେସନ କାର୍ଯ୍ୟକ୍ରମର ସମସ୍ତ ଔପଚାରିକତାକୁ ପୂରଣ କରାଯାଇଥିଲା । ୨୦୨୧-୨୨ ପାଇଁ ସଭାପତି ଭାବେ ନିରଞ୍ଜନ ମହାନ୍ତି ଓ ସମ୍ପାଦକ ଭାବେ ଡା. ଦେବାଶିଷ ମିଶ୍ର ଦାୟିତ୍ୱ ଗ୍ରହଣ କରିଥିଲେ ।
ମୁଖ୍ୟଅତିଥି ଭାବେ ବାଲେଶ୍ୱର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚିଫ୍ ମ୍ୟାନେଜର କବିତା ପାଣି ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ପ୍ରଦୀପ୍ତ କୁମାର ମିଶ୍ର ଓ ଅନ୍ୟତମ ଅତିଥି ଭାବେ ପୂର୍ବତନ ସଭାପତି ରୋଟାରିଆନ ଜୟ ଦାସ ଗୁପ୍ତା, ଉପଦେଷ୍ଟା ହର୍ଷ ଗୁପ୍ତା ପ୍ରମୁଖ ଯୋଗଦେଇ ରୋଟାରୀ ହିଁ ବିଶ୍ୱର କଲ୍ୟାଣ ଓ ମାନବିକତା ପାଇଁ କାର୍ଯ୍ୟ କରୁଥିବା ଏକମାତ୍ର ଅନୁଷ୍ଠାନ ବୋଲି ଅଭିହିତ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ରମଣି ରଞ୍ଜନ ଦାସ, ମାନସ ବିଶ୍ୱାଳ, ସତ୍ୟବ୍ରତ ପ୍ରଧାନ, ମନୋଜ କୁମାର ରାଉଳ, ରତିକାନ୍ତ ପାଢ଼ୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯିବାକୁ ଘୋଷଣା କରାଯାଇଥିଲା । ରୋଟାରିଆନ ମନୋରଞ୍ଜନ ରାଉତ ପ୍ରାରମ୍ଭିକ ସୂଚନା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅର୍ପିତା ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ରୋଟାରିଆନ ଲକ୍ଷ୍ମୀକାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
