ରାସ୍ତାକୁ ନେଇ ବିବାଦ : ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ
ଢେଙ୍କାନାଳ : ଅମାନବୀୟ ଘଟଣା । ରାସ୍ତାକୁ ନେଇ ବିବାଦରୁ ଗଲା ଜଣଙ୍କ ଜୀବନ । ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଢେଙ୍କାନାଳ ସଦର ଥାନା ତରଭା ଗ୍ରାମରେ ଦେଖିବାକୁ ମିଳିଛି ।
ସୂଚନା ଯେ, ଢେଙ୍କାନାଳ ସଦର ଥାନା ତରଭା ଗ୍ରାମରେ ଘର ପାଖ ରାସ୍ତାକୁ ନେଇ ବିବାଦରୁ ପଡ଼ୋଶୀ ଶୁକ୍ରବାର ରାତିରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ସଂଘବଦ୍ଧ ଆକ୍ରମଣରେ ଜଗନ୍ନାଥ ନାୟକ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ହେବା ପରେ ଜଗନ୍ନାଥ ଘରକୁ ଯାଇଥିଲେ । ଶନିବାର ଘରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
