ଭିସୁଟରେ ପୁଣି ରାଗିଂ : କ୍ୟାମ୍ପସ୍ ବାହାରେ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ମାଡ ହୋଇଥିବା ଅଭିଯୋଗ
ସମ୍ବଲପୁର : ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ । ଜଣେ ଜୁନିୟର ଛାତ୍ରଙ୍କୁ କିଛି ସିନିୟର ଛାତ୍ରମାନେ କ୍ୟାମ୍ପସ ବାହାରେ ରାଗିଂ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ବିଟେକ୍ ପ୍ରଡକ୍ସନ ଇଞ୍ଜିନିୟରିଂର ଦ୍ବିତୀୟ ବର୍ଷର ଜଣେ ଛାତ୍ର ଏବଂ ସେ ବୁର୍ଲା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।
ଅଭିଯୋଗ ଅନୁସାରେ, ଛାତ୍ର ଜଣକ ସନ୍ଧ୍ୟାରେ ନିଜର ଆଉ ଜଣେ ପୁଅ ସାଙ୍ଗ ସହିତ ଜଳଖିଆ ଖାଇବାକୁ କିର୍ବା ଛକକୁ ଆସିଥିଲେ । ସେହି ସମୟରେ ତାଙ୍କର ୬ ଜଣ ସିନିୟର ନିଶାସକ୍ତ ଅବସ୍ଥାରେ ଆସି ତାଙ୍କୁ ନିଜ ନାଁ ପଚାରିବା ପରେ ମାଡ ଆରମ୍ଭ କରିଥିଲେ । ଏହି ଘଟଣା ନେଇ କୌଣସି ସ୍ଥାନରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିବା ପୀଡିତ ଅଭିଯୋଗ କରିଛନ୍ତି । ତେବେ ସମସ୍ତ ଛାତ୍ର ନିଶା ସେବନ କରିଥିବା ପୀଡିତ ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି।
