କୁଚେଇପାଳ ରେ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଗଣ୍ଡଗୋଳ,ଥାନାରେ ଶାନ୍ତିକରଣ ବୈଠକ
ରାଇରଙ୍ଗପୁର : ୨୮/୦୩/୨୦୨୨ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ହେଁସଡ଼ା ଗ୍ରାମପଞ୍ଚାୟତ କୁଚେଇପାଳ ଗାଁ ରେ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଗତ ୨୭/୩ ରେ ଗଣ୍ଡଗୋଳ ବିବାଦ ଓ କିଛି ଜିନିଷ ଭଙ୍ଗାରୁଜା କରିବା ଘଟଣା ପ୍ରଚାର ହେବା ପରେ ରାଇରଙ୍ଗପୁର,ଜାମଦା,ବହଳଦା ପୋଲିସ୍ ଆସି ଗାଁ ରେ ଶାନ୍ତି ବଜାଇ ରଖିବା ସହ ଆଜି ଜାମଦା ଥାନାରେ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ଧର୍ମର ଜନସାଧାରଣଙ୍କୁ ନେଇ ଜାମଦା ଥାନା ବଡ଼ ହଲ୍ ରେ ରାଇରଙ୍ଗପୁର ଏସ୍ଡ଼ିପିଓ,ଜାମଦା ଥାନାଧିକାରୀ, ଜାମଦା ତହସିଲଦାର, ଜାମଦା ୧୭ ନମ୍ବର ଜିଲ୍ଲା ପରିଷଦ,ହେଁସଡ଼ା ସରପଞ୍ଚ ଓ ପିଏସ୍ ମେମ୍ବର, ନାଏବ୍ ସରପଞ୍ଚ,ତାଳଗାଁ ସରପଞ୍ଚ ଓ ପିଏସ୍ ମେମ୍ବର,ବିଜୁ ଗୋପାଲ ଗୋପ୍,ହୋ ସମାଜସେବୀ ମୋଟକା ବିରୁଆ,ସାମନ୍ତ ଭାଇ,ସମାଜସେବୀ ପ୍ରଶ୍ନ କୁମାର ଶତପଥୀ,ରେଁସ ଭାଇଙ୍କ ଉପସ୍ଥିତିରେ ଶାନ୍ତିକରଣ ବୈଠକ ଅନୁଷ୍ଠିତ ହୋଇଥିଲା | ଏସଡିପିଓଙ୍କ ଅଧ୍ୟକ୍ଷତାରେ ଶାନ୍ତିକରଣ ବୈଠକରେ ଦୁଇ ଧର୍ମର ଜନସାଧାରଣ ନିଜ ନିଜର ଭୁଲକୁ ସ୍ବୀକାର କରିବା ସହ ପୁନଃ କୁଚେଇପାଳ ଗାଁ ରେ ଶାନ୍ତି ବଜାଇ ରଖିବାକୁ ନିଶ୍ଚିତ ମଣିଥିବା କୁଚେଇପାଳ ଗାଁ ର ରେଁସ ବିରୁଆ କହିଛନ୍ତି |
