ବାରିପଦାରେ ସର୍ବଭାରତୀୟ ବୈଶାଖୀ ମେଳା ଉଦଘାଟିତ ହସ୍ତଶିଳ୍ପ ଓ ହସ୍ତତନ୍ତ ଶିଳ୍ପୀ ମାନଙ୍କୁ ପ୍ରତ୍ସାହନ
ବାରିପଦା : ଓଡିଶାର ଗ୍ରାମାଂଚଳ ଓ ସହରରାଂଚଳ ଉତ୍ପାଦକ ସଙ୍ଘ ଅରୁପା ଭୂବନେଶ୍ୱର ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ବାରିପଦା କଲେଜ ପଡିଆରେ ସର୍ବଭାରତୀୟ ବୈଶାଖୀ ମେଳା ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ସମ୍ମାନୀତ ଅତିଥି ଭାବେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ସଦସ୍ୟା ଛବି ମାହାଲି, ସବାଇ କାରିଗର ତାରାମଣୀ ସିଂ ଓ ସୁମିତ୍ରା ବାରିକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ମେଳାକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରି ହସ୍ତଶିଳ୍ପୀ ଏବଂ କାରୀଗର ମାନେ ସମୃଦ୍ଧ ହୋଇ ପାରିଲେ ଦେଶର ଅର୍ଥନିତି ସୁଦୃଢ ହୋଇ ପାରିବ ବୋଲି କହିଛନ୍ତି । ବିଭିନ୍ନ ଜିଲ୍ଲା ତଥା ଉପଖଣ୍ଡ ଅଂଚଳର ହସ୍ତଶିଳ୍ପୀ ମାନେ ପ୍ରସ୍ତୁତ କରିଥିବା ସାମଗ୍ରୀ ଆଦିର ପ୍ରଚାର ପ୍ରସାର ସହ ବଜାର ସୃଷ୍ଟି ଉଦେଶ୍ୟରେ ସର୍ବଭାରତୀୟ ପ୍ରର୍ଦଶନୀ ଆୟୋଜନ କରି କାରିଗରମାନଙ୍କୁ ତଥା ବୁଣାକାରମାନଙ୍କୁ ସିଧାସଳଖ ଭାବରେ ସୁଯୋଗ ପ୍ରଦାନ କରାଯାଉଥିବା ସହ ଉପଯୁକ୍ତ କଂଚ।।ମାଲ ଯୋଗାଣ, ଜୀବନ ବୀମା, ସ୍ୱାସ୍ଥ୍ୟବୀମା, ହସ୍ତଶିଳ୍ପ ସାମଗ୍ରୀର ରତ୍ପାନୀ ଆଦି କାର୍ଯ୍ୟ କରି ସାରା ଓଡିଶାରେ କେବଳ କାରିଗର କିମ୍ବା ବୁଣାକାର ନୁହଁନ୍ତି, ଗ୍ରାହକ, ଗବେଷକ, କଳାପ୍ରେମୀ, ସରକାରୀ ଏବଂ ବେସରକାରୀ ମହଲରେ ଆଦୃତ ଏବଂ ପ୍ରଶଂସିତ ହୋଇ ପାରିଛି ବୋଲି ଆୟୋଜକ ଅଶୋକ କୁମାର ସାହୁ କହିଛନ୍ତି ଆରମ୍ଭ ହୋଇ ଥିବା ଏହି ମେଳା ଆଗାମୀ ଏପ୍ରିଲ ୦୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଲେଜ ପଡିଆ ଠାରେ ଚାଲିବ ବୋଲି ଜଣାଯାଇଛି ।
