ଦେଶି ମଦ ଚାଲାଣ ବେଳେ ଚଢାଉ
ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କେରାପୁଟର ସଞ୍ଜୟ କୁମାର ବିଷୋୟୀ (୫୫) । ଅବକାରୀ ବିଭାଗ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ କେରାପୁଟର ସଞ୍ଜୟ କୁମାର ବିଷୋୟୀ ଦେଶି ମଦ ଧରି ଚାଲାଣ କରୁଥିବା ବେଳେ ଗ୍ରାମରେ ହିଁ ଅବକାରି ବିଭାଗ ଚଢାଉ କରିଥିଲା । ଚଢାଉ କରି ଅଭିଯୁକ୍ତ କୁ ଗିରଫ କରି ତା ଠାରୁ ମୋଟର ଟିୟୁବରେ ୧୫ ଲିଟର ଦେଶି ମଦ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଓଆଇସି ସଞ୍ଜୟ କୁମାର କାଣ୍ଡି ସୂଚନା ଦେଇଛନ୍ତି ।
