ଲାଂଚ ନେବା ବେଳେ ଧରାପଡିଲେ ଆରଆଇ
ଭୁବନେଶ୍ୱର : ୫ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ କୁଚିଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋଛରା ଆରଆଇଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅଭିଯୁକ୍ତ ଆରଆଇ ଜଣକ ହେଲେ ସତ୍ୟ ନାରାୟଣ କଉଡି । ଜଣେ ଅଭିଯୋଗକାରୀଙ୍କଠାରୁ ଏକ ନାମଜାରି ମାମଲାରେ ପଟ୍ଟା ପ୍ରଦାନ ନିମନ୍ତେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ୫,୦୦୦ ଟଙ୍କା ଲାଂଚ ନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହେଇଛନ୍ତି ।
ସୂଚନା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମ୍ୟୁଟେସନ୍ କେସ୍ ପାଇଁ ପଟ୍ଟା ଲାଗି ଇନକ୍ୱାରୀ ରିପୋର୍ଟ ଚାହୁଁଥିଲେ । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କୁଚିଣ୍ଡା ବ୍ଲକ୍ ର ଗୋଛରାର ଆରଆଇ ସତ୍ୟ ନାରାୟଣ କଉଡି ଏଥିପାଇଁ ୫ ହଜାର ଟଙ୍କା ମାଗିଥିଲେ । ଭିଜିଲାନ୍ସ ଚଢାଉ ବେଳେ ଏହି ଟଙ୍କା ଉଦ୍ଧାର କରାଯାଇଥିବା ବେଳେ ଆରଆଇଙ୍କୁ ଅଟକ ରଖାଯାଇଛି ।
