ବାଘାଯତୀନ ଶହୀଦ ପୀଠର ଉନ୍ନତି ନିମନ୍ତେ ସମୀକ୍ଷା ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଚଷାଖଣ୍ଡ ଗ୍ରାମପଞ୍ଚାୟତର ଦେଶୁଆଁ ପୋଖରୀ ଠାରେ ବିପ୍ଳବୀ ବାଘାଯତୀନଙ୍କ ସ୍ମୃତିପୀଠରେ ଗତ ୯ ଓ ୧୦ ତାରିଖ ୨ଦିନ ଧରି ସ୍ମୃତିସଭା ପାଳନ କରାଯିବା ପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ମୃତିପୀଠର କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୦୭ତମ ସ୍ମୃତି ଦିବସ ପାଳନର ଆୟବ୍ୟୟ ସମ୍ପର୍କରେ ସମୀକ୍ଷା କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ପୀଠର କିପରି ଭାବେ ଅଧିକ ବିକାଶ ହୋଇପାରିବ ସେ ଦିଗରେ ବୈଠକରେ ଆଲୋଚନା କରାଯାଇଥିଲା ।
ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ମୃତିପୀଠ କିଭଳି ବିକାଶ ହୋଇପାରିବ ସେ ଦିଗରେ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ । ସାଧାରଣ ସମ୍ପାଦକ ସର୍ବେଶ୍ୱର ମହାନ୍ତି ଆୟବ୍ୟୟର ହିସାବ ଉପସ୍ଥାପନ କରିବା ସହ ଆଗାମୀ ଦିନରେ କିଭଳି ଭାବେ ସ୍ମୃତିପୀଠ ଉନ୍ନତୀ କରିପାରିବ ସେ ଦିଗରେ ମତବ୍ୟକ୍ତ କରିଥିଲେ । ପରିଷଦର ଉପଦେଷ୍ଟା ବରିଷ୍ଠ ଖବରଦାତା ରଞ୍ଜନ ବାଗଙ୍କ ସମେତ ସ୍ନେହଲତା ଦାସ, ମେଘରାଓ ହାଁସଦା, ଜୟନ୍ତ ପାଣିଗ୍ରାହୀ, ସରୋଜ ଗୋଚ୍ଛାୟତ, ଉପେନ୍ଦ୍ର ନାଥ ପାଣିଗ୍ରାହୀ, ସୁଦର୍ଶନ ଭୂୟାଁ, ସୁଦର୍ଶନ ବେହେରା, ସଙ୍ଗୀତା ସିଂ, ଶ୍ରୀକାନ୍ତ ବାଗ, ରମାକାନ୍ତ ବାରିକ, ସନ୍ତୋଷ ବାରିକ, ସୁବାଷ ଲେଙ୍କା, ପ୍ରକାଶ କୁମାର ଦାସ, ଶଙ୍କର କୁମାର ବାରିକ, ରଞ୍ଜନ କୁମାର ପାଣି, ଦେବେନ୍ଦ୍ର ନାୟକ, ଶରତ ନାୟକ, ବନୀତା ଭୂୟାଁ, କେଦାର ସାହୁ, ସେକ୍ ଅଲ୍ଲୀ ହୁସେନ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନୂତନ ଆଜୀବନ ସଦସ୍ୟ ଶଶୀକାନ୍ତ ଜେନା, ଦୟାନିଧି ବିଶ୍ୱାଳ, ଦିଲ୍ଲୀପ କୁମାର ସାହୁ, ଗୌତମ କୁମାର ସେଠୀ, ସୁଶାନ୍ତ କୁମାର ନାୟକ, ବନମାଳୀ ଜେନା ପ୍ରମୁଖଙ୍କୁ ବିଧାୟକ ଶ୍ରୀ ପରିଡ଼ା ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
