ଗୋପୀନାଥପୁର ସେବା ସମବାୟ ସମିତିରେ ୪୫ତମ ବାର୍ଷିକ ସାଧାରଣ ସଭା
ନୀଳଗିରି : ନୀଳଗିରି ଏନ୍ଏସି ଅଧୀନସ୍ତ ଗୋପୀନାଥପୁର ସେବା ସମବାୟ ସମିତିରେ ସୋମବାର ୪୫ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜଳନ କରି ସାଧାରଣ ସଭାକୁ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ କୋଅପରେଟିଭ ବ୍ୟାଙ୍କର ଶାଖା ପରିଚାଳକ ଅରୁଣ ମାଇତି ରହିଥିବା ବେଳେ ସମିତିରେ ସଭାନେତ୍ରୀ ସୁଚିଶ୍ମିତା ବେହେରା ସଭା ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ପ୍ରଦନା କରିଥିଲେ ।
ଏହି ଅବସରରେ ଶାଖା ପରିଚାଳକ ଶ୍ରୀ ମାଇତି ସୋସାଇଟିର ସମସ୍ତ ସୁବିଧା ପ୍ରତ୍ୟେକ ଚାଷୀ ନେବା ସହିତ ସଠିକ ସମୟରେ ଶଦ୍ଧ ଟଙ୍କା ପରିଷଦ ପାଇ ପରାମର୍ଶ ଦେଇଥିଲେ । ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣରେ କୌଣସି ଶୁଦ୍ଧ ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ଦେଇଥିଲେ । ସମିତିର ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ବାର୍ଷିକ ବିବରଣୀ ପଠନ କରିବା ସହ ଆୟ ବ୍ୟୟର ହିସାବ ରଖିଥିଲେ । ପୂର୍ବତନ ସଭାପତି ରାଧାଗୋବିନ୍ଦ ଖଟୁଆ ସମିତି ହେଉଛି ଚାଷୀ ମାନଙ୍କର ସମିତିର ଉନ୍ନତି କରିବା ମଧ୍ୟ ସେମାନଙ୍କର ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ଭାସ୍କର ଦାସ, ସଦାଶିବ ବାରିକ, ୧୩ ନଂ. କାଉନସିଲର ଗୀତାଞ୍ଜଳି ପ୍ରଧାନଙ୍କ ସମେତ ସମସ୍ତ ଡାଇରେକ୍ଟର ପ୍ରମୁଖ ମଞ୍ଚାସୀନ ଥିଲେ । ଆଖପାଖ ୩୦୦ ଶହରୁ ଅଧିକ ଚାଷୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ଶେଷରେ ସଫଳ ଡିପୋଜିଟର ଓ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସମିତିର ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
