କର୍କଟ ପିଡୀତାଙ୍କୁ ସହାୟତା ଯୋଗାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ
କଟକ : କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ରାଧାକିଶୋରପୁର ପଂଚାୟତ ନିବାସୀ କୌଳାଶ ଚନ୍ଦ୍ର ପୁହାଣଙ୍କ ୩୦ ବର୍ଷର କର୍କଟ ପିଡୀତ ପୁଅ ମିଥୁନ ପୁହାଣଙ୍କୁ ସହାୟତା ଯୋଗାଇ ଦେଇଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ କୁମାର ବାରିକ । ସୂଚନାଯୋଗ୍ୟ, ମିଥୁନଙ୍କ ପାଟିରେ ଏକ ଘା ହୋଇ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଙ୍କୁ ଯୋଗଯୋଗ କରିବାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କର ମୁଖ କର୍କଟ ହୋଇଛି ଏବଂ ତୁରନ୍ତ କଟକ ନେଇଯିବା ପାଇଁ ପରାର୍ମଶ ଦେଇଥିଲେ ଡାକ୍ତର । ପରିବାରର ଆର୍ଥିକସ୍ଥିତ ସ୍ୱଚ୍ଛଳ ନଥିବାରୁ ସେ ଆସିବା ପାଇଁ ଅସର୍ମଥ ଥିଲେ । ଏହି ଖବର ଗଣମାଧ୍ୟମରୁ ପ୍ରକାଶିତ ହେବାପରେ ସମାଜସେବୀ ତଥା ଅବସରପ୍ରାପ୍ତ ସେନାଅଧିକାରୀ ତୁରନ୍ତ ଘଟଣା ସ୍ଥଳରେ ପହଂଚି ପରିବାରକୁ ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବା ସହ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆସିବାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଥିଲେ । ଏଥି ସହିତ ଆଗାମୀ ଦିନରେ ଅନ୍ୟାନ୍ୟ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ପ୍ରତିଶୃତି ଦେବା ପାଇଁ କହିଛନ୍ତି । ବର୍ତମାନ ରୋଗୀ ଜଣକ କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ କର୍କଟ ପିଡୀତ ମିଥୁନଙ୍କ ସପରିବାର ଅସମୟରେ ସହାୟତାର ହାତ ବଢ଼ାଇଥିବାରୁ ସମାଜସେବୀ ଅଭୟ ବାରିକଙ୍କୁ କୃତଜ୍ଞତା ଜଣାଇଛନ୍ତି ।
