ଝୁଲନ୍ତା ମୃତ ଦେହ ଉଦ୍ଧାର
ଯାଜପୁର : ମଙ୍ଗଳପୁର ପଞ୍ଚାୟତ ମଙ୍ଗଳପୁର ସାଇ ମନ୍ଦିର ନିକଟରେ କାଶିନାଥ ରାଉତଙ୍କ ପୁଅ ପ୍ରତାପ ରାଉତ ଓରଫ ମଣ୍ଟି(୩୨)ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଘର ଫ୍ୟାନରେ ବେକରେ ଏକ ଗାମୁଛା ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଏଥିନେଇ ସୂଚନା ମିଳିବା ପରେ ଥାନା ପକ୍ଷରୁ ମୃତ ଶରୀରକୁ ଯବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଆଇଆଇସିଙ୍କ ନିର୍ଦେଶ କ୍ରମେ ଏସଆଇ ଅର୍ନ୍ତଯ୍ୟାମି ଶ୍ରୀଚନ୍ଦନ , କୈଳାଶ ଚନ୍ଦ୍ର ଭୋଇ, ଏସଆଇ ଏସ କେ ପାଣିଗ୍ରାହି ତଦନ୍ତ କରିଥିବାବେଳେ ପୂର୍ବତନ ସରପଂଚ ଶିଶିର କୁମାର ଧଳ ସମସ୍ତ ସହଯୋଗ କରିଥିଲେ ।
