ବାଇକ-ସ୍କୁଟି ମୁହାଁ ମୁହିଁ ଧକ୍କା, ୧ମୃତ ଓ ଜଣେ ଗୁରୁତ
ଯାଜପୁର : ୨୦ ନମ୍ବର ଜାତୀୟରାଜପଥ ଅନ୍ତର୍ଗତ ରାମବାଗ ନିକଟସ୍ଥ ହିରାପୁର ନିକଟରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକଙ୍କ ଗୁରୁତରଭାବେ ଆହତ ହୋଇଥିବା ଜଣାଯାଇଛି । ସୂଚନାମୁତାବକ ରବିବାର ଦିନ ପ୍ରାୟ ୩ ଘଟିକା ସମୟରେ ବିରଜାପୁର ରାମବାଗ ଅଞ୍ଚଳରେ ସରକାରୀ ରିଟେଲଭାବେ କାର୍ଯ୍ୟକରୁଥିବା ଗଗନବିହାରୀ ସାହୁ (୫୨) କୌଣସି କାମରେ ମଙ୍ଗଳପୁର ଅଭିମୁଖେ ନିଜ ସ୍କୁଟିରେ ଯାଉଥିବା ବେଳେ ବିପରୀତ ପାଶ୍ୱର୍ରୁ ଏକ ଆପାଚି ବାଇକ୍ରେ ଆସୁଥିବା ଇଜାପୁର ପଞ୍ଚାୟତ ଗଳିଙ୍ଗପୁର ଗ୍ରାମର ବିନୋଦ ଜେନାଙ୍କ ପୁଅ ହୃଷିକେଶ ଜେନା (୨୬)ଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟ ସ୍କୁଟି ଚାଳକ ଗଗନ ବିହାରୀ ଓ ବାଇକ ଚାଳକ ହୃଷିକେଶ ତଳେ ପଡ଼ି ରକ୍ତାକ୍ତ ହୋଇପଡ଼ିଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଥିଲା । ସେଠାରେ ସ୍କୁଟି ଚାଳକ ତଥା ସରକାରୀ ରିଟେଲର ଗଗନ ବିହାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ହୃଷିକେଶଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗଗନ ବିହାରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ରାମବାଗ ସମେତ ସମଗ୍ର ବିରଜାପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବିରଜାପୁର ସରପଞ୍ଚ ନିରାକାର ସାହୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କ ବାସଭବନରେ ପହଞ୍ôଚ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିଥିବା ଜଣାଯାଇଛି ।
