୨୦ ଫୁଟ ଲମ୍ବର ଅଜଗର ଉଦ୍ଧାର, ଗ୍ରାମବାସୀ ଭୟଭୀତ
ବାଲେଶ୍ୱର : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଙ୍ଗପୁର ଗାଁ ତରକୁ ପଶିଆସିଲା ଅଜଗର । ୨୦ ଫୁଟ ଲମ୍ବର ଅଜଗରକୁ ଦେଖି ଲୋକେ ଭୟଭୀତ ହୋଇଥିଲେ । ଶେଷରେ ବନବିଭାଗ କର୍ମଚରି ସାପଟିକୁ ଉଦ୍ଧାର କରିଥିଲେ ।
ସୂଚନା ଯେ, ଗତ ଷୋମବାର ବିଳମ୍ବିତ ରାତିରେ ରାସ୍ତା ଉପରେ ଅଜଗର ଶୋଇଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ ଗାଁଲୋକ। ତେବେ ଲୋକଙ୍କ ଶବ୍ଦ ଶୁଣି ସାପଟି ପାଖ ଚାଷ ଜମିକୁ ପଳାଇ ଯାଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲା।
