ଛେଳିକୁ ଗିଳୁଥିବା ବେଳେ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର
ନୀଳଗିର : ନୀଳଗିରି ଏନ.ଏ.ସି. ଅନ୍ତର୍ଗତ ୪ନମ୍ବର ୱାର୍ଡର ମଧୁବନ ଗ୍ରାମର ଗୌରୀ ସିଂ ଙ୍କ ଏକ ଛେଳିକୁ ଅଜଗର ଗିଳୁଥିବା ବେଳେ ଛେଳିର ବୋବାଳି ଶୁଣି ଘର ଲୋକେ ପହଂଚି ଘଟଣା ସଂପର୍କରେ ଜାଣି ସାପ ଧରାଳିଙ୍କୁ ଖବର ଦେଇଥିଲେ । ସାପ ଧରାଳି ଜଗବନ୍ଧୁବେହେରା ଓ ହରେକୃଷ୍ଣ ରାଉତ ଘଟଣା ସ୍ଥଳରେ ପହଂଚି ବିରାଟ ୧୦ଫୁଟ ଲମ୍ବର ଅଜଗର କବଳରୁ ଛେଳିଟିକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ପାଖ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।
