ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଟି-ଟ୍ୱେଂଟି କ୍ରିକେଟ ମ୍ୟାଚ ଜିଲ୍ଲାପାଳ ଏକାଦଶ ବନାମ ଏସ.ପି. ଏକାଦଶ ମଧ୍ୟରେ ବନ୍ଧୁତ୍ୱ୍ୱ ପୂର୍ଣ୍ଣ ମ୍ୟାଚ
ବାରିପଦା : ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ଷ୍ଟାଡିଅମ ପଡିଆ ଠାରେ ଜିଲ୍ଲାପାଳ ଏକାଦଶ ବନାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଟି-ଟ୍ୱେଂଟି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟସ ଜିତି ଜିଲ୍ଲାପାଳ ଏକାଦଶ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲେ । ଜିଲ୍ଲା ପାଳ ଶ୍ରୀ ବିନୀତ ଭରଦ୍ୱାଜ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଋଷିକେଶ ଦ୍ୟାନ ଦେଓ ଖିଲାରୀ ଯଥା କ୍ରମେ ବ୍ୟାଟିଂ ଓ ବୋଲିଂ କରି ମିଳିତ ଭାବେ ଏହି ମ୍ୟାଚକୁ ଶୁଭ ଉଦଘାଟନ କରିଥିଲେ । ମ୍ୟାଚରେ ନିର୍ଦ୍ଧାରିତ ଓଭର ଖେଳ ଶେଷରେ ଜିଲ୍ଲା ଆରକ୍ଷୀ ଏକାଦଶ ବିଜୟ ହାସଲ କରିଥିଲେ ଏବଂ ବିଜୟୀ ଦଳଙ୍କୁ ଅତିରିକ୍ତ ଜିଲ୍ଲକ୍ଷପାଳ ରୁଦ୍ର ନାରାୟଣ ମହାନ୍ତି ଟ୍ରଫି ପ୍ରଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଉଭୟ ଦଳର ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମହାନ୍ତି, ମୟୁର ଭଂଜ ଏଥେଲେଟିକ ଆସୋସିଏସନ ର ସମ୍ପାଦକ ବିଜୟ କୁମାର ଦାସ ଓ ରିଜର୍ଭ ଇନସପେକଟର କୁଳମଣି ଗିରିଙ୍କ ତତ୍ୱାବଧାନ ଉକ୍ତ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
