ବାରିପଦାରେ ରକ୍ତଦାନ ଶିବିର ଆୟୋଜିତ ମୋଟ ୧୦୩ ୟୁନିଟ ରକ୍ତ ସଂଗୃହିତ
ବାରିପଦା : ରକ୍ତ ଅଭାବ ଜନିତ ସମସ୍ୟାକୁ ଦୁରୀଭୂତ କରିବା ଲକ୍ଷ୍ୟରେ ବାରିପଦାର ୱାର୍ଡ ନମ୍ବର ୨୨ର ରଘୁନାଥପୁର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ନର୍ମଦା ମଣ୍ଡପ ଠାରେ ଜୀବନବିନ୍ଦୁ ଓ ସରସ୍ୱତୀ ପୂଜା କମିଟିର ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ୱାର୍ଡ କାଉନସିଲର ସୁଧୀର କୁମାର ବାରିକଙ୍କ ସଂଯୋଜନାରେ ଆୟୋଜିତ ଶିବିରକୁ ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାଃ ଦେବାଶିଷ ମାରାଣ୍ଡି, କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜୀବନବିନ୍ଦୁ ସଂଯୋଜକ ଜିତେନ୍ଦ୍ର ମହାନ୍ତି, ଏମସିସି ସଭାପତି ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଓ ଭାଦବ ହାଁସଦା, ପ୍ରଭାତ ମହାନ୍ତି, ଜୋନାଲ ସଭାପତି ଅବଦୁଲ ହବିବ, ଏବଂ ଜିଲ୍ଲା ଛାତ୍ର ସଭାପତି ସୁନୀଲ ନାୟକ, ସମାଜସେବୀ ଅମର ସେଠୀ ଓ ଅନ୍ୟ ୱାର୍ଡ କାଉନସିଲର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବହୁ ଯୁବ ଛାତ୍ର ରକ୍ତଦାନ କରିଥିଲେ । ଏଥିରେ ମୋଟ ୧୦୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
