ସାମ୍ନାକୁ ଆସିଲା ‘ମେଁ ଅଟଲ୍ ହୁଁ’ର ରିଲିଜ ଡେଟ୍, ମୁଖ୍ୟ ଭୂମିକାରେ ନଜର ଆସିବେ ପଙ୍କଜ ତ୍ରିପାଠୀ
ମୁମ୍ବାଇ : ୨୫ ଡିସେମ୍ବର ଅର୍ଥାତ୍ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ସମୟରୁ ହିଁ ବାଜପେୟୀଙ୍କ ଦେଶ ପ୍ରତି ଉତ୍ସଗୀକୃତ ଭାବନା ସୃଷ୍ଟି ହୋଇଥିଲା। ପଣ୍ଡିତ ଜବାହାରଲାଲ ନେହରୁଙ୍କ ପରେ ଶ୍ରୀ ବାଜପେୟୀ କ୍ରମାଗତ ଭାବେ ଦୁଇ ଥର ଜନସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ। ତେବେ ତାଙ୍କ ଜନ୍ମଜୟନ୍ତୀରେ ଏକ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି । ସେହି ବହୁ ପ୍ରତିକ୍ଷିତ ଫିଲ୍ମର ନାଁ ହେଉଛି ‘ମେଁ ଅଟଲ୍ ହୁଁ’ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଭେଟେରାନ ଅଭିନେତା ପଙ୍କଜ ତ୍ରିପାଠୀ।
ଅଭିନେତା ପଙ୍କଜ ତ୍ରିପାଠୀ ତାଙ୍କର ଉତ୍କୃଷ୍ଟ ଅଭିନୟ ପାଇଁ ବେଶ୍ ଜଣାଶୁଣା । ସେ ଯେ କୌଣସି ବି ଅଭିନୟ କରନ୍ତି ସେଥିରେ ଜୀବନ୍ତ ଅଭିନୟ କରନ୍ତି । ବଲିଉଡ ହେଉ କିମ୍ବା ଓଟିଟି, ଯେତେବେଳେ ଶ୍ରେଷ୍ଠ ଅଭିନେତା ଆସନ୍ତି, ପଙ୍କଜ ତ୍ରିପାଠୀ ତାଲିକାର ଶୀର୍ଷରେ ଅଛନ୍ତି ।
ଏହି କାରଣ ହେଉଛି ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବା କଥା ସାମ୍ନାକୁ ଆସିଲା ସେତେବେଳେ ଚଳଚ୍ଚିତ୍ର ନିର୍ମାତାଙ୍କ ମନକୁ ଏକମାତ୍ର ନାମ ଆସିଥିଲା ତାହା ହେଉଛି ପଙ୍କଜ ତ୍ରିପାଠୀଙ୍କ ନାଁ ।
ଆଜି ସମଗ୍ର ଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଳନ କରୁଛି। ଏହି ଅବସରରେ ପଙ୍କଜ ତ୍ରିପାଠୀ ନିଜ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ‘Main Atal Hoon’ ବାୟୋପିକରେ ଅଟଳ ବିହାରୀଙ୍କ ଭୂମିକାରେ ଅଭିନୟ କରିବେ।
ଏଠାରେ କହିରଖୁଛୁ ଯେ, ଏହି ଫିଲ୍ମର ନିର୍ଦ୍ଦେଶନା ରବି ଯାଦବ ଦେଇଥିବା ବେଳେ ଏହି ଚଳଚ୍ଚିତ୍ରରେ ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର କାହାଣୀ ‘ଦ ଅନଟୋଲ୍ଡ ବାଜପେୟୀ: ପଲିଟିସିଆନ ଏବଂ ପାରାଡୋକ୍ସ’ ପୁସ୍ତକ ଉପରେ ଆଧାରିତ ହେବ। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଯଥା ୨୫ ଡିସେମ୍ବର ୨୦୨୩ ରେ ମୁକ୍ତିଲାଭ କରିବାକୁ ଯାଉଛି।
