ବ୍ରେଡ଼ ପନିର ରୋଲ
ସାମଗ୍ରୀ :
୬ଟି ବ୍ରେଡ଼ ସ୍ଲାଇସ
ବ୍ରେଡ଼ ସେକିବା ପାଇଁ ବଟର
୩ ଚାମଚ ପୋଦିନା କିମ୍ବା ଧନିଆ ଚଟଣି
ଏକ କପ ପନୀର (କଦଦୁକସ ହୋଇଥିବା)
ଅଧା ଟେବୁଲ ଚାମଚ ଅଦା ରସୁଣ ପେଷ୍ଟ
ଅଧା ଚାମଚ ଲାଲ ଲଙ୍କା ପାଉଡର
୧/୪ ଚାମଚ ଟମାଟୋ ସସ୍
୧/୪ ଚାମଚ ଆମଚୁର ପାଉଡର
୨ଟେବୁଲ ଚାମଚ କଟା ଧନିଆ ପତ୍ର, ପିଆଜ , ଗାଜର
ଲୁଣ ସ୍ଵାଦାନୁସାରେ
ପ୍ରଣାଳୀ :
ପ୍ରଥମେ ଏକ କପ ପନୀରକୁ ଭଲ ଭାବେ ଗ୍ରିଡ କରି ଅଦା ରସୁଣ ପେଷ୍ଟ, ଲାଲ ଲଙ୍କା ପାଉଡର ଓ ଆମଚୁର ପାଉଡର ପକାଇ ଭାଜି ଦିଅନ୍ତୁ ଓ ସେଥିରେ ସ୍ଵାଦାନୁସାରେ ଲୁଣ ପକାନ୍ତୁ । ଏହାପରେ ବ୍ରେଡ଼ର ଚାରି ପଟକୁ କାଟି ବେଲଣାରେ ପତଳା କରି ବେଲି ଦିଅନ୍ତୁ।ଏବେ ଏହି ବେଲିଥିବା ବ୍ରେଡ଼ ଉପରେ ଅଳ୍ପ ଚଟଣି ଲଗାଇ ପନୀର ମିଶ୍ରଣ ଓ କଟା ହୋଇଥିବା ଧନିଆ ପତ୍ର, ପିଆଜ , ଗାଜର ରଖି ରୋଲ କରିଦିଅନ୍ତୁ ।ଏହାପରେ ଏହାର ଚାରିପାଟକୁ ପାଣି ଲଗାଇ ଚିପକାଇ ଦିଅନ୍ତୁ । ଏବେ ଏକ ପ୍ୟାନ ବସାଇ ତେଲ କିମ୍ବା ବଟର ଲଗାଇ ଧିମା ଆଞ୍ଚରେ ଏହି ବ୍ରେଡ଼ ରୋଲକୁ ସୁନେଲି ରଙ୍ଗ ହେବା ଯାଏ ଭାଜନ୍ତୁ ।ହୋଇଗଲା ପରେ ଟମାଟୋ ସସ ଓ ପୋଦିନା ଚଟଣୀ ସହ ଏହାକୁ ସର୍ଭ କରନ୍ତୁ ।
‘ବ୍ରେଡ଼ ପନିର ରୋଲ’ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
