ଛତୁ ପରଟା
ସାମଗ୍ରୀ :
ଛତୁ, ଅଟା, ମଇଦା, ଜୁଆଣି, ଲୁଣ, ତେଲ, ଗୋଲମରିଚ ପାଉଡର, କଂଚା ଲଙ୍କା, ଚାଟ୍ ମସଲା, କଟା ଅଦା, ଧନିଆ ପତ୍ର ।
ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ ମଇଦା, ଅଟା, ଲୁଣ, ତେଲ, ଜୁଆଣି ନେଇ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ମିଶାଇ ଚକଟିବେ । ଏହାପରେ ତାକୁ ଘୋଡାଇ କିଛି ସମୟ ରଖିବେ । ତାପରେ ଛତୁକୁ ଧୋଇ ଛୋଟ ଛୋଟ କରି କାଟିବେ । ଏହାପରେ ପ୍ୟାନରେ ତେଲ ପକାଇ, କଟା ଛତୁ ପକାଇ ସେଥିରେ ଅଳ୍ପ ଲୁଣ, ଗୋଲମରିଚ ପାଉଡର ପକାଇ ଭାଜିବେ । ଛତୁ ଅଳ୍ପ ଭାଜି ହେବା ପରେ ସେଥିରେ କଟା କଂଚା ଲଙ୍କା, ଚାଟ୍ ମସଲା, କଟା ଅଦା, କଟା ଧନିଆ ପତ୍ର ପକାଇ , ଆଉ କିଛି ସମୟ ଭାଜିବେ । ଏହା ଭଲଭାବେ ଭାଜି ହେବା ପରେ, ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ତାପରେ ଚକଟି ରଖିଥବା ଅଟାକୁ ବାହାର କରି ଗୋଳା ପ୍ରସ୍ତୁତ କରିବେ । ଗୋଳା ପ୍ରସ୍ତୁତ କରିବା ପରେ, ତା ମଝିରେ ପ୍ରସ୍ତୁତ କରିଥିବା ଛତୁ ପୁର ଦେଇ ମୁହଁ ବନ୍ଦକରି, ଗୋଲ ଗୋଲ ବେଲିବେ । ଏହାପରେ ଗ୍ୟାସରେ ତାଓ୍ବା ବସେଇ ଗରମ କରିବେ । ତାଓ୍ବା ଗରମ ହେବାପରେ, ସେଥିରେ ବେଲିଥିବା ରୁଟି ପକାଇ ଉଭୟ ପାଖ ସେକିବେ । ଉଭୟ ପାଖ ଗୋଲ୍ଡେନ କଲର ହେବାପରେ, ସେଥିରେ ତେଲ ପକାଇ ପୁଣି ସେକିବେ । ତାପରେ ଗ୍ୟାସ୍ ବନ୍ଦ କରି ପରଟାକୁ ଏକ ପ୍ଲଟକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା ଛତୁ ପରଟା । ଏବେ ଏହାକୁ ଯେ କୌଣସି ସସ୍ ଲଗାଇ ଖାଇପାରିବେ ।
‘ଛତୁ ପରଟା’ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
