ଦହି ପୋଦିନା ମାଛ
ସାମଗ୍ରୀ :
ରୋହି ମାଛ-୧ କିଲୋ, ଦହି-୧ କପ୍, ସୋରିଷ ବଟା-୧ କପ୍,୧/୨ ଚାମଚ ହଳଦି ଗୁଣ୍ଡ, ପୋଦିନା ବଟା- ୧କପ୍, ୨ ଚାମଚ କଟା ପିଆଜ, କଞ୍ଚା ଲଙ୍କା ୩ରୁ ୪ଟି, ଖୁଖିଲା ଲଙ୍କା-୩ରୁ ୪ଟି,ସ୍ୱାଦ ଅନୁଯାୟୀ ଲୁଣ ଓ କିଛି ପଞ୍ଚ ଫୁଟଣ।
ପୋଦିନା ପତ୍ର, କଞ୍ଚା ଲଙ୍କା, ଦହି ଓ ରଷୁଣ ମିଶାଇ ପୋଦିନା ପେଷ୍ଟ ତିଆରି କରନ୍ତୁ। ସେହିପରି ସୋରିଷ, ରଷୁଣ ଓ କଞ୍ଚାଲଙ୍କା ମିଶାଇ ସୋରିଷ ବଟା ତିଆରି କରନ୍ତୁ।
ପ୍ରଣାଳୀ :
ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ସେଥିରେ ଦହି, ସୋରିଷ ବଟା, ହଳଦି ଗୁଣ୍ଡ, ପୋଦିନା ବଟା, କଟା ପିଆଜ, କଞ୍ଚା ଲଙ୍କା, ୨ରୁ ୩ ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସ୍ ଅନ୍ କରି କଡେଇ ବସାନ୍ତୁ। ସେଥିରେ ୩ରୁ ୪ ଚାମଚ ତେଲ ପକାନ୍ତୁ। ତେଣ ଗରମ ହେବା ପରେ ସେଥିରେ ଫୁଟଣ ପକାନ୍ତୁ ଓ ତା’ପରେ ଶୁଖିଲା ଲଙ୍କା ପକାନ୍ତୁ। ଏହାପରେ ମାଛର ମିଶ୍ରଣକୁ ସେଥିରେ ପକାଇ ଅଳ୍ପ ଗୋଳାଇ ଢ଼ାଙ୍କି ଦିଅନ୍ତୁ। ୧୫ରୁ ୨୦ ମିନିଟ୍ ପରେ ପ୍ଲେଟକୁ କାଢ଼ି ଗରମ ଗରମ ପରଷନ୍ତୁ ଦହି ପୋଦିନା ମାଛ ।
