କୋଲ୍ଡ କଫି
ସାମଗ୍ରୀ :
କ୍ଷୀର, କଫି ପାଉଡର, ଫ୍ରେସ କ୍ରିମ, ଚିନି, ଚକୋଲେଟ, ଆଇସ୍ ।
ପ୍ରଣାଳୀ :
ପ୍ରଥମେ କ୍ଷୀର, କଫି ପାଉଡର, କ୍ରିମ, ଚିନି ଏବଂ ଆଇସକୁ ଭଲଭାବେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ତାପରେ ଏକ ଗ୍ଲାସ ଆଣି ସେଥିରେ ଚକୋଲେଟକୁ ଚାରିପଟେ ଲଗାଇ ଦିଅନ୍ତୁ । ତାପରେ ସେଥିରେ ମିକସ କରି ରଖିଥିବା ପେଷ୍ଟକୁ ଢାଳି ଦିଅନ୍ତୁ । ଶେଷରେ ଉପରେ ଅଳ୍ପ କଫି ପାଉଡରକୁ ଗାର୍ନିସିଙ୍ଗ କରିଦିଅନ୍ତୁ । ଏବେ ଆପଣଙ୍କ ସ୍ୱାଦିଷ୍ଟ କୋଲଡ଼ କଫି ପ୍ରସ୍ତୁତ ହୋଇଗଲା ।
