ଫୁଲକୋବି ଖିରି
ସାମଗ୍ରୀ :
ଫୁଲକୋବି, ଘିଅ, କ୍ଷୀର, ମିଲ୍କମେଡ୍, କାଜୁ, ପିସ୍ତା, କିସ୍ମିସ୍
ପ୍ରଣାଳୀ :
ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ସେଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ ।
ଏହାପରେ କଡେଇରେ ଘିଅ ଗରମ କରି ସେଥିରେ କଟା ହୋଇ ରଖାଯାଇଥିବା କୋବିକୁ ଭାଜିଦିଅନ୍ତୁ ।
ଏକ କଡେଇରେ କ୍ଷୀରକୁ ଭଲଭାବରେ ଫୁଟାଇ ସେଥିରେ ଚିନି ପକାନ୍ତୁ ।
କ୍ଷୀର ଭଲ ଭାବେ ଫୁଟିଯିବା ପରେ ସେଥିରେ ଭଜା ହୋଇ ରଖାଯାଇଥିବା ଫୁଲକୋବିକୁ ପକାନ୍ତୁ ।
ଏହାପରେ ଏଥିରେ ମିଲ୍କମେଡ୍, କାଜୁ, ପିସ୍ତା, କିସ୍ମିସ୍ ପକାଇ ପୁଣି ଥରେ ୫ ରୁ ୧୦ ମିନିଟ୍ ଫୁଟାନ୍ତୁ ।
ଏହାପରେ ପ୍ରସ୍ତୁତ ହୋଇଯିବ ସ୍ଵାଦିଷ୍ଟ ‘ଫୁଲକୋବି ଖିରି’ ।
‘ଫୁଲକୋବି ଖିରି’ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
