ବେଡମ ପୁରୀ
ଆବଶ୍ୟକ ସାମଗ୍ରୀ :
୨୦୦ ଗ୍ରାମ ଅଟା, କିଛି ବିରି ଡାଲି, ଅଧ ଚାମଚ ଲଙ୍କା ଗୁଣ୍ଡ, ଚିମୁଟେ ହଳଦୀ ଗୁଣ୍ଡ, ୨ ଚାମଚ ଧନିଆ ଗୁଣ୍ଡ, ୧ ଚାମଚ ପାନମଧୁରୀ ଗୁଣ୍ଡ, ଚିମୁଟେ ହେଙ୍ଗୁ, ସ୍ବାଦାନୁସାରେ ଲୁଣ ଓ ଛାଣିବା ପାଇଁ ତେଲ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଭିଜା ବିରି ଡାଲିକୁ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡି କରିବେ। ଏବେ ଅଟାରେ ଲଙ୍କା ଗୁଣ୍ଡ, ହଳଦୀ, ଶୁଖିଲା ଅଦା ପାଉଡର, ଧନିଆ ପାଉଡର, ହେଙ୍ଗୁ, ଲୁଣ, ପାନମଧୁରୀ ପାଉଡର, ତେଲ ଓ ପେସା ବିରି ଡାଲି ପକାଇ ମିଶାନ୍ତୁ। ଏଥିରେ ଅଳ୍ପ ପାଣି ଦେଇ ଅଟା ଚକଟନ୍ତୁ। ହାତକୁ ଚିକ୍କଣ କରି ପୁଣିଥରେ ଅଟା ଚକଟନ୍ତୁ। ପୁରୀ ପାଇଁ ଗୁଳା ତିଆରି କରି ବେଲନ୍ତୁ। ମଧ୍ୟମ ଆଞ୍ଚରେ ତେଲ ଗରମ କରି ପୁରୀ ଗୋଲ୍ଡେନ ହେବା ଯାଏ ଛାଣନ୍ତୁ। ଏବେ ଏହାକୁ ଟିସ୍ୟୁ ପେପରକୁ ବାହାର କରି ଅତିରିକ୍ତ ତେଲ ବାହାରିବାକୁ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବେଡମ ପୁରୀ। ଅଳୁ ତରକାରୀ କିମ୍ବା ପସନ୍ଦର ଚଟଣୀ ସହିତ ଗରମ ଗରମ ପରଷନ୍ତୁ।
