ବସାଦହି ଗୋଲମରିଚ ମାଂସ
ସାମଗ୍ରୀ :
୧ କେଜି ଖାସି ମାଂସ,୧୦ରୁ ୧୫ଟି ଗୋଳ ମରିଚ, ୪ଟି କଟା ପିଆଜ,୨ ଚାମଚ ଅଦା ରସୁଣ ବଟା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ୩ରୁ ୪ଟି ଶୁଖିଲା ଲଙ୍କା, ତେଲ ଓ ସ୍ୱାଦ ଅନୁସାରେ ଲୁଣ।
ପ୍ରଣାଳୀ :
ପ୍ରଥମେ ଖାସି ମାଂସରେ ଲୁଣ, ବସାଦହି, ଅଦା ରସୁଣ ବଟା, ତେଲ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ମ୍ୟାରିନେଟ କରି ରଖନ୍ତୁ। ଅଧ ଘଣ୍ଟା ପରେ କଢ଼େଇରେ ମ୍ୟାରିନେଟ୍ ମାଂସ, କଟା ପିଆଜ, ଅଦାରସୁଣ ବଟା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ, ଶୁଖିଲା ଲଙ୍କା, ବସାଦହି ଓ ତେଲ ପକାଇ ଘୋଡଣି ଘୋଡାଇ ଚୁଲି ଲଗାନ୍ତୁ । କିଛି ସମୟ ପରେ ଘୋଡଣି ବାହାର କରି ମାଂସରେ ଅଳ୍ପ ପାଣି ଦେଇ ୪୦ରୁ ୪୫ ମିନିଟ୍ ଯାଏଁ ସିଝିବାକୁ ଦିଅନ୍ତୁ। ମଝିରେ ମଝିରେ ମାଂସକୁ ଗୋଳାଉଥା’ନ୍ତୁ। ଏହାପରେ ପ୍ରସ୍ତୁତ ହୋଇଥିବା ବସାଦହି ଗୋଲମରିଚ ମାଂସକୁ ପ୍ଲେଟକୁ କାଢ଼ି ପରସନ୍ତୁ।
