ବନ୍ଧା କୋବି ପକୁଡ଼ି
ଆବଶ୍ୟକ ସାମଗ୍ରୀ :
କଟା ବନ୍ଧାକୋବି-୨,ପିଆଜ-୧ଟା (ବଡ଼, କଟା ଧନିଆପତ୍ର ଅଳ୍ପକିଛ,କଟାକ ଲଙ୍କା -୨ ଚାମଚ (ଛୋଟ, କଟା ଅଦା-୨ ଚାମଚ (ଛୋଟ), ମଇଦା-୧/୨ କପ୍,କିର୍ଣ୍ଣେଫୋର-୨ ଚାମଚ (ବଡ଼), ସ୍ୱାଦ ଅନୁସାରେ ଲୁଣ, ଛାଣିବା ପାଇଁ ରିଫାଇନ୍ ତେଲ ।
ପ୍ରସ୍ତୁତି ପ୍ରଣାଳୀ :
ବନ୍ଧାକୋବିକୁ ପତଳା ପତଳା ଲମ୍ବା ଲମ୍ବା କାଟି ଧୋଇ ରଖନ୍ତୁ । ପିଆଜ, ଅଦା ଓ କଞ୍ଚାଲଙ୍କାକୁ ଲମ୍ବା ଲମ୍ବା କାଟି ରଖନ୍ତୁ । ବଡ଼ ପାତ୍ରରେ କଟା ବନ୍ଧା କୋବି, ପିଆଜ କଟା, ଅଦା କଟା, କଞ୍ଚାଲଙ୍କା ଏକାଠି ନିଅନ୍ତୁ । ବର୍ତ୍ତମାନ ଏଥିରେ ମଇଦା ଓ କର୍ଣ୍ଣଫ୍ଲୋର ପକାଇ ସ୍ୱାଦ ଅନୁସାରେ ଲୁଣ ଓ କଟା ଧନିଆପତ୍ର ପକାଇ ଭଲ ଭାବରେ ଗୋଳାନ୍ତୁ । ଏଥିରେ ପାଣି ଦିଅନ୍ତୁ ନାହିଁ, କାରଣ ବନ୍ଧା କୋବିରେ ଲୁଣ ପକାଇଲେ ଏଥିରୁ ପାଣି ବାହାରି ଥାଏ । ଏହି ମିଶ୍ରଣକୁ ଭଲ ଭାବରେ ଗୋଳାଇ ରଖନ୍ତୁ । କଡ଼େଇରେ ତେଲ ଗରମ କରି ଏହାକୁ ପକୁଡ଼ି କିମ୍ବା ପିଆଜି ଆକାରରେ ଛାଣି ରଖନ୍ତୁ । ଗରମ ଗରମ ସସ୍ ସହିତ ପରିବେଷଣ କରନ୍ତୁ ବନ୍ଧାକୋବି ପକୁଡ଼ି ।
