ଆଳୁ ଆଚାର
ସାମଗ୍ରୀ:
ଛୋଟ ଆଳୁ ୧୫/୨୦ଟା (ଛୋଟଆଳୁ ନଥିଲେ ବଡ ଆଳୁକୁ ସିଝାଇ ଛୋଟ ଛୋଟ ଖଣ୍ଡରେ କାଟିନେବେ), ଟମାଟୋ ୨ଟା, ସୋରିଷ ୧ ଚାମଚ, ହିଙ୍ଗୁ ଅଧ ଚାମଚ, ଜୀରା ୧ ଚାମଚ, ଅଦା-ରସୁଣ ପେଷ୍ଟ ୧ ଚାମଚ, ହଳଦୀ ୧ ଚାମଚ, ଲଙ୍କାଗୁଣ୍ଡ ୧ ଚମଚ, ଲୁଣ ସ୍ୱାଦ ଅନୁସାରେ, ଧନିଆଗୁଣ୍ଡ ୧ ଚାମଚ, କଞ୍ଚାଲଙ୍କା ୨ଟା, ମିକ୍ସଡ୍ ଭେଜ୍ ଆଚାର ୨ ଟେବଲ ଚାମଚ, ଧନିଆ ଓ ପୁଦିନା ପତ୍ର ଅଳ୍ପ, କସୁରୀ ମେଥି ୧ ଚାମଚ, ରିଫାଇନ ତେଲ ୨ ଟେବଲ ଚାମଚ ।
ପ୍ରସ୍ତୁତି:
କଡେଇରେ ତେଲ ଗରମ କରି ସେଥିରେ ଜୀରା, ସୋରିଷ, ହିଙ୍ଗୁ ପକାଇ ଅଦା-ରସୁଣ ପେଷ୍ଟ ଏବଂ କଟା ଟମାଟୋ ପକାଇ କଷନ୍ତୁ । ଏହାପରେ ସେଥିରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଏବଂ ଲୁଣ ମିଶାନ୍ତୁ । ହାଲକା ଆଞ୍ଚରେ ପାଞ୍ଚ ମିନିଟ ଏପଟ ସେପଟ କରିବା ପରେ ସେଥିରେ ଆଳୁ ମିଶାନ୍ତୁ । ଏହାପରେ ଆଚାର, କସୁରୀ ମେଥି, କଟା କଞ୍ଚାଲଙ୍କା ମିଶାଇ ଢାଙ୍କୁଣି ବନ୍ଦ କରି ପାଞ୍ଚ ମିନିଟ ଛାଡି ଦିଅନ୍ତୁ । ଏଥର ଢାଙ୍କୁଣି କାଢି ଉପରେ କଟା ଧନିଆ ଓ ପୁଦିନା ପତ୍ର ଛିଞ୍ଚି ଦିଅନ୍ତୁ । ରୁଟି, ପରଟା କିମ୍ବା ନାନ୍ ସହିତ ପରିବେଷଣ କରନ୍ତୁ ।
