ରାଷ୍ଟ୍ରପତି ପୁରସ୍କାର ପାଇଲେ ଆର.ଡି.ଏସ କଲେଜ ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରମାଣିକ
ଉଦଳା : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଆର.ଡି.ଏସ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରମାଣିକ । ଜଣେ ଅଧ୍ୟାପକ କେବଳ ପିଲାମାନଙ୍କୁ ଶିକ୍ଷାଦାନ ଦେବାରେ ସୀମିତ ରହିଯାଇ ନାହାନ୍ତି, ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଉଲେଖନୀୟ ଅବଦାନ ରହିଛି । ପ୍ରତି ପରିସ୍ଥିତିରେ ସେ ସମାଜସେବାରେ ନିଜକୁ ନିୟୋଜିତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଯୋଗଦାନ କରିବା ଏବଂ ସମାଜିକ କାର୍ଯ୍ୟ ବିଷୟରେ ବୁଝାଇଥାନ୍ତି । ପୂର୍ବରୁ ଶ୍ରୀ ପ୍ରମାଣିକ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଥିଲେ । ଜାତୀୟ ସେବା ଯୋଜନାରେ ସେ ଦୀର୍ଘ ୬ ବର୍ଷ ଧରି ବିଭିନ୍ନ ସଚେତନତା ବାର୍ତ୍ତା ଦେଇ ଆସୁଥିବା ବେଳେ ନିକଟ ଅତୀତରେ ସେ ମୟୂରଭଞ୍ଜ ଜିଲ୍ଲାର ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ କିଛିଦିନ ତଳେ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଚିଠି ଆସିଥିଲା । ଏବଂ ଶନିବାର ଦିନ ୧୧ ଘଟିକା ସମୟରେ ରାଷ୍ଟ୍ରପତି ଭବନରେ ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆର.ଡି.ଏସ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ପ୍ରଦୀପ କୁମାର ଗିରିଙ୍କୁ ଶ୍ରେଷ୍ଠ ୟୁନିଟ ଟ୍ରଫି ପ୍ରଦାନ କରିବା ସହ ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରମାଣିକଙ୍କୁ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ମାନପତ୍ର ଏବଂ ରୈପ୍ୟପଦକ ପ୍ରଦାନ କରିଛନ୍ତି ।
