ମହିଳାଙ୍କୁ ହତ୍ୟା କରି ମୃତଦେହକୁ ପୋତିବା ଘଟଣାରେ ସାକ୍ଷୀ ଦେଇଥିବା ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ
ରାମସିଂହ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିବାର କାହାଣୀ କରିଥିଲେ
ମୃତ ପଡୋଶୀ ମହିଳା ଏହି ଘଟଣାରେ ପୋଲିସକୁ ଦେଇଥିଲେ ସାକ୍ଷୀ
ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷୀ ଦେବା ପରେ ଚାପରେ ମହିଳାଙ୍କ ଆତ୍ମହତ୍ୟା ସନ୍ଦେହ
ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିରକଳା ପଂଚାୟତ ଅନ୍ତର୍ଗତ ଭାଗଲପୁର ର ମୁଣ୍ଡା ସାହି ଗାଁର ବାସିନ୍ଦା ଚାନ୍ଦନୀ ମୁଣ୍ଡା ନାମକ ଜଣେ ମହିଳା ଦଉଡି ସାହାଯ୍ୟରେ ନିଜ ଘରର ଛାତରୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବର ପାଇବା ପରେ ଯୋଡ଼ା ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠେଇବା ସହିତ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ରାମ ସିଂ ତାଙ୍କ ପତ୍ନୀ ବୁଦୁନି ହେସାଙ୍କୁ ପିଟି ପିଟି ହତ୍ୟା କରିବା ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଘର ନିକଟସ୍ଥ ଏକ ପଣସ ଗଛରେ ଦଉଡି ସାହାଯ୍ୟରେ ଟାଙ୍ଗି ଦେଇଥିଲେ ଓ ପରେ ପୋଲିସ କୁ ଖବର ନଦେଇ ଘର ବାଡ଼ିରେ ପୋତିଦେଇଥିଲେ । ମୃତକର ପରିବାର ଲୋକେ ଖବର ପାଇବା ପରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ପରେ ଗତ ଶନିବାର ପୋଲିସ ମୃତଦେହକୁ ପୋଟାଯାଇଥିବା ସ୍ଥାନରୁ ଖୋଳି ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଜେଲକୁ ପଠାଇ ଦେଇଥିଲା । ଏହି ଘଟଣାର ଏକମାତ୍ର ସାକ୍ଷୀ ଭାବରେ ଚାନ୍ଦନୀ ମୁଣ୍ଡା ନିର୍ଭୟରେ ପୋଲିସ ସମ୍ମୁଖରେ ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ । ମୃତ ଚାନ୍ଦିନୀଙ୍କ ଝିଅଙ୍କ ଅନୁସାରେ ସାକ୍ଷୀ ଦେଇଥିବାରୁ ପଡୋଶୀ ଓ ଗ୍ରାମବାସୀ ମୃତ ଚାନ୍ଦିନୀକୁ ହଇରାଣ ଓ ଗାଳି ଦେଇଥିଲେ ଯଦ୍ୱାରା ସେ ଶନିବାର ରାତି ମଧ୍ୟ ଚାପଗ୍ରସ୍ତ ଥିଲେ । ତେବେ ରବିବାର ଭୋର ରେ ଚାପଗ୍ରସ୍ତ ହୋଇ ରାତି ମା ଚାନ୍ଦିନୀ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ କହିଛନ୍ତି । ଏହି ଘଟଣାରେ ମୃତକଙ୍କ ସ୍ୱାମୀ ଯୋଡା ଥାନା ବିଲାଇପଦା ଫାଣ୍ଡିରେ ଲିଖିତ ସୂଚନା ଦେବାପରେ ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।
