ରମାଦେବୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ରମାଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲର ଜନୈକ +୨ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସ୍କୁଲ ହଷ୍ଟେଲର ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ହେଲେ ରାୟଗଡାର ପ୍ରଜ୍ଞା ମହାନ୍ତି ଓ ସେ +୨ ଦ୍ୱିତୀୟ ବର୍ଷ କଳାରେ ପଢୁଥିଲେ । ପ୍ରାଥମିକ ଭାବେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି । ସହୀଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛି । ଆତ୍ମହତ୍ୟା ପୂର୍ବରୁ ଏକ ସୁସାଇଡ ନୋଟ ଲେଖିଛନ୍ତି ଛାତ୍ରୀ । ପାଠ ପଢାକୁ ନେଇ ଚାପରେ ଥିବା ଉଲ୍ଲେଖ ରହିଛି । ସହିଦନଗର ପୁୁଲିସ ପ୍ରଜ୍ଞାଙ୍କ ମୃତଦେହକୁ କ୍ୟାପିଟାଲ ହସପିଟାଲକୁ ପଠାଇଛି । ଆସନ୍ତାକାଲି ତାଙ୍କ ପରିବାର ଲୋକ ଆସିବା ପରେ ପୋଷ୍ଟମର୍ଟମ କରାଯିବ ବୋଲି ଏସିପି (ଜୋନ୍-୫) ସଂଜୀବ ଶତପଥୀ କହିଛନ୍ତି ।
