ଯେତେ ଫେକ୍ ଚାକିରି ସବୁଥିରେ ବିଜେଡି ସଂପୃକ୍ତ : ସାଲୁଜା
ଭୁବନେଶ୍ୱର : ରାଜଧାନୀର ଜଣାଶୁଣା ଘରୋଇ କୋଚିଂ ସେଂଟର ବାଣିକ୍ ଉପରେ ଜିଏସ୍ ଟି ରେଡ୍ ପରେ ବିଜେଡି ଲିଙ୍କ୍ ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ୟର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଅଭିଯୋଗ କରିଛନ୍ତି ଯେ ବଣିକ୍ ସିଏମ୍ ଡିଙ୍କର ବିଜେଡି ଲିଙ୍କ୍ ରହିଛି । ବଣିକ ସିଏମ୍ଡି ସୁବ୍ରତ ଛାଟୋଇ ହେଉଛନ୍ତି ବିଜଡି ଆଇଟି ସେଲ୍ ର ଜଣେ ସଦସ୍ୟ । ଏଥିସହ ସେହି କୋଚିଂ ସେଂଟରରେ ପଢ଼ୁଥିବା ପିଲାଙ୍କୁ ସରକାରୀ ଚାକିରିର ଆଶ୍ୱାସନା ଦିଆଯାଉଛି । ସେଠାରେ ପଢ଼ିଲେ ସରକାରୀ ଚାକିରି ନିଶ୍ଚିତ ମିଳିବ ବୋଲି କୁହାଯାଉଛି ।ରାଜ୍ୟ ସରକାରଙ୍କ ଯେଉଁ ଚାକିରି ବାହାରିବ, ତାହା ନିଶ୍ଚିତ ମିଳିବ ବୋଲି କୁହାଯାଉଥିଲା । ଅନ୍ୟପଟେ ଓଡ଼ିଶାରେ ଯେତେ ଫେକ୍ ଚାକିରି ସବୁଥିରେ ବିଜେଡି ସଂପୃକ୍ତ ବୋଲି ସାଲୁଜା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ବିଜେଡି ଲୋକ ଆଇଟି ସେଲରେ ରହି ମେଧାବୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ବିଜେଡିର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ ବୋଲି ସାଲୁଜା କହିବା ସହ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ।
