ସଂଜୟ ଶର୍ମାଙ୍କର ହତ୍ୟାମାମଲାରେ ଶନିବାରଦିନ ଫୁଲବାମା ଜିଲ୍ଲାର ଅଚନ ଗ୍ରାମରେ ରେଡ
ଶ୍ରୀନଗର : ଜାମ୍ମୁ କାଶ୍ମିର ରାଜ୍ୟର ଜାଂଚ ଏଜେଂସି (ଏସ୍ଆଇଏ) କାଶ୍ମିର ପଣ୍ଡିତ ସଂଜୟ ଶର୍ମାଙ୍କର ହତ୍ୟାମାମଲାରେ ଶନିବାରଦିନ ଫୁଲବାମା ଜିଲ୍ଲାର ଅଚନ ଗ୍ରାମରେ ରେଡ କରିଛି । ମିଳିଥିବା ଖବର ଅନୁସାରେ ଜାଂଚ ଏଜେଂସିର ଟିମ୍ ସ୍ଥାନିୟ ପୋଲିସ ଓ ସିଆରପିଏଫ୍ ସହାୟତାରେ ସଂଜୟ ଶର୍ମାଙ୍କ ପୈତୃକ ଗ୍ରାମ ଅଚନରେ ରେଡ କରିଥିଲେ । ଖବର ଲେଖା ହେବା ବେଳକୁ ରେଡ ଜାରିଥିଲା ।
