ଜାତୀୟ ସଂଗୀତର ଅବମାନନା ମାମଲାରେ ମମତା ବାନାର୍ଜୀଙ୍କ ବମ୍ବେ ହାଇକୋର୍ଟ ଆବେଦନକୁ କଲେ ଖାରଜ
ମୁମ୍ବାଇ : ଜାତୀୟ ସଂଗୀତର ଅପମାନ ମାମଲାରେ ବୁଧବାରଦିନ ବମ୍ବେ ହାଇକୋର୍ଟ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ଆବେଦନକୁ ଖାରଜ କରିଛନ୍ତି । ଏଥିରେ ମମତାଙ୍କୁ ଗୋଟିଏ ବଡ ଝଟକା ଲାଗିଛି । ଏବେ ମମତା ଏହି ମାମଲାକୁ ମୁମ୍ବାଇ ସେଶନ କୋର୍ଟରେ ଚାଲୁଥିବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସାମନା କରିବାକୁ ପଡିବ । ସୂଚନା ଅନୁସାରେ ମମତା ବାନାର୍ଜୀ ବମ୍ବେ ହାଇକୋର୍ଟରେ ଜାତୀୟ ସଂଗୀତର ଅବମାନନା ମାମଲାକୁ ନେଇ ମୁମ୍ବାଇ ସେଶନ କୋର୍ଟରେ ଜାରି ଶୁଣାଣୀ ଉପରେ ରୋକ ଲଗାଇବାକୁ ଦାବୀ କରିଥିଲେ । ବୁଧବାରଦିନ ହାଇ କୋର୍ଟ ମମତା ବାନାର୍ଜିଙ୍କ କୌଣସି କଥା ନଶୁଣି ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି
