ଋାହୁଲ ଗାନ୍ଧୀ ନିଜାମୁଦ୍ଦିନ ଔଲିୟା ଦରଗାହରେ ଚଢ଼ାଇଲେ ଚାଦର
ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ସୋମବାର ଦିନ ଦିଲ୍ଲୀରେ ଦାଖିଲ ହୋଇଛି । ଯାତ୍ରାର ନେତୃତ୍ୱ କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଠାରେ ହଜରତ ନିଜାମୁଦ୍ଦିନ ଔଲିୟାର ଦରଗାହରେ ଚାଦର ଚଢ଼ାଇଛନ୍ତି । ଏହି ସମୟରେ ବିପୁଳ ସଂଖ୍ୟାରେ କଂଗ୍ରେସ କାର୍ଯ୍ୟକର୍ତା ମଧ୍ୟ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ ଭାରତ ଯୋଡ଼ୋ ଯାତ୍ରା ଆଜି ହରିୟାଣାରୁ ଦିଲ୍ଲୀରେ ପ୍ରବେଶ କରିଛି । ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତା ସୋନିୟା ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ବେଣୁଗୋପାଳ ସହିତ ପାର୍ଟିର ଅନ୍ୟ ନେତାମାନେ ରାହୁଲ ଗାନ୍ଧୀଙ୍କ ସହିତ ମାର୍ଚ୍ଚ କରିଥିଲେ ।
