ପୋଲିସର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ? ପୁଣି ଦିନ ଦ୍ୱିପ୍ରହରେ ବନ୍ଧୁକ ଓ ଭୁଜାଲି ଦେଖାଇ କିଓସ୍କୋ କମ୍ ଏ.ଟି.ଏମ. ରୁ ଲୁଟି ନେଲେ ୩ ଲକ୍ଷ ଟଙ୍କା
ନୀଳଗିରି : ଗତ ୨୦ତାରିଖ ଦିନ ଦୁବୃତମାନେ ୧୯ନଂ. ରାଜ୍ୟ ରାଜପଥ ଶେରଗଡ଼ ନୀଳଗିରି ଝରଣାଘାଟି ରାସ୍ତାର ଭାଲୁକାଶୁଣି ଛକ ପୂର୍ବରୁ ୧୧ନଂ. ପୋଲ ନିକଟରେ ମାଟିଆଳି ଅଂଚଳର ବାପ ପୁଅ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ ବନ୍ଧୁକ ଓ ଭୁଜାଲି ଦେଇ ଲୁଟି ନେବା ଘଟଣା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଗୁରୁବାର ଦିନ ଦ୍ୱପ୍ରହରେ ସାତ ଜଣ ଦୁବୃତ କଳା ପଲସର ବାଇକରେ ମୁହଁରେ କପଡ଼ା ଲଗାଇ ଜାମୁନା ଛକ ଠାରେ ଥିବା ଭାରତୀୟ ଷ୍ଟେଟ୍ବ୍ୟାଙ୍କର କିଓସ୍କୋ ଶାଖା କମ ଏ.ଟି.ଏମ ରୁ ୩ ଲକ୍ଷ ଟଙ୍କା ଲୁଟି କରି ଫେରାର ହେବା ଘଟଣା ବରହମପୁର ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁସାରେ ବରହମପୁର ଥାନା ଅଧିନସ୍ଥ ପିଠାହତା ପଂଚାୟତର ଜାମୁନା ଛକ ଠାରେ ଏସ.ବି.ଆଇ. ର କିଓସ୍କୋ ଶାଖା ସହ ଏ.ଟି.ଏମ.କୁ ଚନ୍ଦନ କୁମାର ସାହୁ ଖୋଲିଥିଲେ । ଦିନ ପ୍ରାୟ ୧୨.୪୫ମି. ସମୟରେ ପରିଚାଳକ ଚନ୍ଦନ କୁମାର ସାହୁ ଏ.ଟି.ଏମ. ରେ ଡ୍ର ଖୋଲି ୩ ଲକ୍ଷ ଟଙ୍କା ଭର୍ତି କରିବାକୁ ଯାଥିବା ବେଳେ ୭ଜଣ ଦୁବୁୃତ ମୁହଁରେ କପଡ଼ା ବାନ୍ଧି ହାତରେ ବନ୍ଧୁକ ଓ ଭୁଜାଲି ଧରି ଏ.ଟି.ଏମ ଭିତରକୁ ପ୍ରବେଶ କରି ପ୍ରଥମେ ଚନ୍ଦନକୁ ପିଟାମରା କରିବା ସହ ଭୁଜାଲିରେ ଆକ୍ରମଣ କରି ୩ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସ୍ଥାନୀୟ ଲୋକଙ୍କୁ ମଧ୍ୟ ଭୁଜାଲି ଓ ବନ୍ଧୁକ ଦେଖାଇବା ସହ ଫଲସ ଫାୟରିଂ କରି କପ୍ତିପଦା ଆଡ଼କୁ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକଙ୍କୁ ଏପରି ଭୟଭୀତ କରାଇ ଥଲେ କି ସେମାନେ କିଛି କରିପାରି ନ ଥିଲେ । ପରେ ବରହମପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ କପ୍ତିପଦା ଥାନାକୁ ଘଟଣା ବାବଦରେ ଜଣାଇଥିଲେ । ଘଟଣାସ୍ଥଳରେ ସାଇନଟିଫିକ୍ ଟିମ୍ ପହଂଚିଥିଲେ । ଦୁବୃତମାନେ ଘଟଣାସ୍ଥଳରେ ଗୋଟିଏ ଭୁଜାଲି ଓ ଏକ ଅଫୁଟା ଗୋଳି ଛାଡ଼ି ଦେଇ ଯାଇଥିଲେ । ଭୁଜାଲି ଓ ଅଫୁଟା ଗୋଳିକୁ ବରହମପୁର ପୋଲିସ ଜବତ କରିଛନ୍ତି । ଏ ନେଇ ଶାଖା ପରିଚାଳକ ଚନ୍ଦନ କୁମାର ସାହୁ ବରହମପୁର ଥାନାରେ ଅଭିଯୋଗ କରିଛନ୍ତି । ବାରମ୍ବାର ଉକ୍ତ ଅଂଚଳରେ ଡକାୟତ, ରାହାଜାନୀ ଘଟୁଥିବା ବେଳେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନ ନେବା ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି । ଦୁଇଟି ଘଟଣାରେ ପୋଲିସ କାହାରିକୁ ଠାବ କରି ପାରି ନ ଥିବା ବେଳେ ଉକ୍ତ ରାସ୍ତାରେ କଡ଼ାକଡ଼ି ପେଟ୍ରୋଲିଂ ପାଇଁ ସାଧାରଣରେ ଦାବୀ ହେଉଛି । ଡକାୟତ ଘଟଣାର ଶୁବଶୀଘ୍ର ପର୍ଦ୍ଦାଫାଶ କରାଯିବ ବୋଲି ବରହମପୁର ଥାନା ଅଧିକାରୀ ହେମନ୍ତ ମାଝୀ ପ୍ରକାଶ କରିଛନ୍ତି ।
