ବନବିଭାଗ ଓ ସ୍କ୍ୱାର୍ଡ ର ମିଳିତ ଚଢ଼ାଉ କାଠ ଜବତ
ନୀଳଗିରି : ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜର ଆଇସା ଏ ନିଶାଙ୍କ ନେତୃତ୍ୱରେ ନୀଳଗିରି ମିତ୍ରପୁର ନିକଟ କାଶିମପୁର ଠାରେ ବନବିଭାଗ ଓ ସ୍କ୍ୱାର୍ଡ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ବେଆଇନ ଭାବେ ଗଛିତ ଥିବା ୬୦ସିଫ୍ଟ ଶାଳ, ନିମ୍ବ, ଗମ୍ଭାରୀ କାଠ ଗଣ୍ଡି ଜବତ କରିଛି ବନବିଭାଗ । ଚଢ଼ାଉ ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଏ ନେଇ ଏକ ମାମଲା ଚଢ଼ାଉ କରାଯାଇଛି । ଏଇ ଚଢ଼ାଉରେ ରେଞ୍ଜରଙ୍କ ସମେତ ମିତ୍ରପୁର ଫରେଷ୍ଟର ସରୋଜ କୁମାର ପ୍ରଧାନ, ଫରେଷ୍ଟ ଗାର୍ଡ କବିତା ମହାକୁଡ଼, ମନୋରଂଜନ ସିଂ, ସୁଲୋଚନା ବେହେରା, ପ୍ରମୁଖ ସାମିଲ ଥିଲେ ।
