ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା, ୨ ଆହତ
ପୁରୀ : ଶ୍ରୀମନ୍ଦିରରେ ଅଘଟଣ । ମହାପ୍ରଭୁଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା । କଟକ ବଡମ୍ବା ଗୋପୀନାଥପୁର ଟି-ବ୍ରିଜରେ ଦଳଚକଟାର ୨୪ ଘଣ୍ଟା ନପୁରୁଣରୁ ଶ୍ରୀମନ୍ଦିରରେ ଏଭଳି ଅଘଟଣ ଘଟିଛି । ଯେଉଁଥିରେ କିଛି ଭକ୍ତ ଆହତ ମଧ୍ୟ ହୋଇଛନ୍ତି ।
ସୂଚନା ଯେ, ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଚାଲୁଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା ହୋଇଥିଲା । ଏପିରିକି ୨ ଜଣ ଭକ୍ତ ଅଣନିଃଶ୍ବାସୀ ହେବା ସହ ତଳେ ପଡି ଆହତ ହୋଇଛନ୍ତି । ଆହତ ଦୁଇଜଣ ହେଲେ ସୁଲୋଚନା ସାହୁ ଓ ଦିବ୍ୟା ସାହୁ । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉଭୟ ଭର୍ତ୍ତି । ସୂଚନା ଯେ, କିଛି ଦିନ ତଳେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା ହୋଇଥିଲା । ଯାହାଫଳରେ କିଛି ଯାତ୍ରୀ ଆହତ ହୋଇଥିଲେ ।
