ଆଶାକର୍ମୀଙ୍କ ଆଶ ପୁରଣ ପାଇଁ ଦାବି
ପୁରୀ : ଗ୍ରାମାଞ୍ଛଳରେ ଶିଶୁ ଜନ୍ମ ଠାରୁ ଶଶ୍ମାନ ପର୍ଯ୍ୟନ୍ତ ସ୍ୱାସ୍ଥ୍ର୍ୟ ସର୍ମ୍ପକୀତ କାର୍ଯ୍ୟଗୁଡ଼ିକ ଆଶକର୍ମୀମାନେ ସମ୍ପାଦନ କରିଥାନ୍ତି । ଗର୍ଭବତୀଙ୍କ ଯତ୍ନ,ଶିଶୁ ଯତ୍ନ,ମମତା ଦିବସ ଆଦି କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ସ୍ଥାୟୀ ନିଯୁକ୍ତି ସହ ଉପଯୁକ୍ତ ପାରିଶ୍ରମିକ ଆଶା ରଖି ଆଶକର୍ମୀମାନେ ବିଭିନ୍ନ ଅଧିକାରୀଙ୍କୁ ଦାବିପତ୍ର ଦେଇଥାନ୍ତି । ପୁରୀଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସର୍ବନିମ୍ନ ମାସିକ ଦରମା ୨୬ ହଜାର ଟଙ୍କା,ଅଧିକ ଅନୁଦାନ ପ୍ରଦାନ,ଆଶା ସାଥୀଙ୍କ ଦରମା ବୃଦ୍ଧି,ଅବସର ପରେ ୧୦ ହଜାର ଟଙ୍କା ପେନସନ, ମୃତ୍ୟୁକାଳୀନ ସହାୟତା,ଇପିଏଫ ଓ ଇଏସ୍ଆଇ ପ୍ରଦାନ, ସାମାଜିକ ସୁରକ୍ଷା ସହ ଅନ୍ୟାନ୍ୟ ଦାବି କରିଥିଲେ । ଜିଲ୍ଲା ସଭାପତି ପୀତବାସ ବେହେରା,ରାଜ୍ୟ ଉପସଭାପତି ସୁରେଶ ଚନ୍ଦ୍ର ସ୍ୱାଇଁ, ସିଟୁ ସମ୍ପାଦକ ଜଗନ୍ନାଥ ଦେଓ, କବିତା ମହାନ୍ତି, ବନବାସିନୀ ମହାପାତ୍ର, ସରୋଜିନୀ ସେଠୀ ଓ ଶାନ୍ତିଲତା ବେହେରାଙ୍କ ନେତୃତ୍ୱରେ କର୍ମୀମାନେ ଯୋଗ ଦେଇଥିଲେ ।
