ପୂର୍ଣ୍ଣାନନ୍ଦ ମିଶ୍ର ସ୍ମୃତି ପାଠାଗାର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଯାଜପୁର : ପୂର୍ଣ୍ଣାନନ୍ଦ ମିଶ୍ର ସ୍ମୃତି ପାଠାଗାର ଓ ପଠନ କକ୍ଷର ବାର୍ଷିକ ଉତ୍ସବ ବିରଜା ଉଚ୍ଚ ବିଦ୍ୟାଳୟର ସଭାଗୃହଠାରେ ସଭାପତି କହ୍ନାଇ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିତେନ୍ଦ୍ର ନାରାୟଣ ଦାସ ଯୋଗଦେଇ ମା’ବିରଜା ଓ ପୂର୍ଣ୍ଣାନନ୍ଦ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣସହ ପ୍ରଦୀପ ପ୍ରଜ୍ୱଳନକରି ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ପାଣ୍ଡବ ସାହୁ ସହଯୋଗ କରିଥିଲେ । ବରିଷ୍ଠ ସଦସ୍ୟ ବିଷ୍ଣୁ ଚରଣ ବିହାରୀ ସ୍ତୋତ୍ରପାଠ କରିଥିଲେ । ବରିଷ୍ଠ ସଦସ୍ୟ ପୁଷ୍ପକାନ୍ତ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ନୃସିଂହ ଚରଣ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ (ଦାଶବେ ନେହୁର) ନିଜ ବକ୍ତବ୍ୟରେ ଡିଜିଟାଲ ଇ-ଲାଇବ୍ରେରୀ ମୋବାଇଲ୍ ଯୁଗରେ ମଧ୍ୟ ପାଠାଗାରର ଗୁରୁତ୍ୱ ରହିଛି ରହିବ ରହିଥିଲା ବୋଲି ପିଲାମାନଙ୍କୁ କହିଥିଲେ । ମାତ୍ର ପିଲାମାନେ ସଂଯମତା ଶିକ୍ଷା କରିବା ଆବଶ୍ୟକ । ମୁଖ୍ୟବକ୍ତା ଆଇନଜୀବି ନଟବର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଛାତ୍ରଜୀବନ ଶୃଙ୍ଖଳିତ ହେଲେ ଏକ ସମୃଦ୍ଧ ରାଷ୍ଟ୍ରର ଗଠନ ହୋଇପାରିବ । ସମ୍ମାନନୀୟ ଅତିଥିଭାବେ ଯୋଗଦେଇ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ବିରଜା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମଲ୍ଲିକ ଓ ବ୍ଲକ ଶିକ୍ଷାଧିକାରୀ ସ୍ମୃତିରେଖା ନାୟକ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ ପାଠାଗାର ଛାତ୍ରଛାତ୍ରୀମାନଙ୍କର ଉନ୍ନତିସାଧନା କରିବା ସହିତ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବ । ଏହି ଅବସରରେ ବିରଜା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ପ୍ରାକ୍ତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ବନବିହାରୀ ମହାପାତ୍ରଙ୍କୁ ପାଠାଗାର ତରଫରୁ ପୁଷ୍ପମାଲ୍ୟ, ଉତ୍ତରୀୟ ଓ ମାନପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରାଯାଇଥିଲା । ଯୁଗ୍ମସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପାଠୀମାନପତ୍ର ପାଠକରିଥିଲେ । ନରେନ୍ଦ୍ର ପ୍ରସାଦ ଦାସଙ୍କୁ ପାଠାଗାରର ଶ୍ରେଷ୍ଠ ପାଠକ ପୁରସ୍କାର କବି ଗିରିଧାରୀସ୍ ୱାଇଁ ପ୍ରଦାନ କରିଥିଲେ । ବିଭିନ୍ନ ପୁରସ୍କାର ଯଥା ବିନୋଦ ପାର୍ବତୀସ୍ମୃତି ପୁରସ୍କାର, ଅରବିନ୍ଦ ସ୍ମୃତି ପୁରସ୍କାର, ଦୁଶାସନ ସନ୍ଧି ବିଗ୍ରହସ୍ମୃତି ପୁରସ୍କାର, ତ୍ରିଲୋଚନ ମିଶ୍ରସ୍ମୃତି ପୁରସ୍କାର, ନଗେନ୍ଦ୍ରନାଥ ସ୍ମୃତି ପୁରସ୍କାର, ଡମ୍ବରୁଧର ସ୍ମୃତି ପୁରସ୍କାର, ଇଂ. ଶିବନାରାୟଣସ୍ମୃତି ପୁରସ୍କାର, ନବ କିଶୋର ସ୍ମୃତି ପୁରସ୍କାର, ଲକ୍ଷ୍ମୀଧର ମହାନ୍ତିସ୍ମୃତି ପୁରସ୍କାରମାନ ଓଡ଼ିଆରଚନା, ଓଡ଼ିଆବକ୍ତୃତା, ସାଧାରଣଜ୍ଞାନ, ଚିତ୍ରାଙ୍କନ, ଇଂରାଜୀବକ୍ତୃତା ଓ କୁଇଜ୍ରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଶିକ୍ଷକ ଅଜୟ କୁମାର ଦାସ, କରୁଣାକର ନାୟକ, କ୍ଷୀରୋଦ ଚନ୍ଦ୍ର ପାଠୀ ସହଯୋଗ କରିଥିବାବେଳେ ଅଭ୍ୟର୍ଥନାରେ ଉପସଭାପତି ଗଦାଧର ରାଉତ, ଧନଞ୍ଜୟ କେଶରୀ ରାଉତରାୟ, ରଜତ କୁମାର ମହାନ୍ତି, ରଶ୍ମିରଂଜନ ମହାନ୍ତି, ରବି ନାରାୟଣ ମହାନ୍ତି,ରାମକୃଷ୍ଣ ବେହୁରିଆ ସହଯୋଗ କରିଥିଲେ ।ଏହିସଭାରେ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ନୀଳମଣିକର, ରବି ଶତପଥୀ, ଶରତ ଚନ୍ଦ୍ର ମହାରଣା, ମହେନ୍ଦ୍ର କୁମାର ଦାସ, ପ୍ରଦୀପ୍ତ କୁମାର ଦାସ, ପ୍ରତିମାକର, ରବିସାମଲ, ଦିଲ୍ଲୀପ କୁମାର ଦାସ, ବୃନ୍ଦାବନ ମିଶ୍ର, ଭାଷ୍ମରମହାନ୍ତି, ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ସାମଲ, ଲକ୍ଷ୍ମୀପ୍ରିୟା ନାୟକ, ହୃଦାନନ୍ଦ ନାୟକ, ସଂଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସର୍ବଶେଷରେ ଯୁଗ୍ମ ସମ୍ପାଦକ ପାଣ୍ଡବ ଚରଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
