ପୁରୀ ସାତପଡ଼ା ରାସ୍ତା ପାଲଟିଛି ମରଣଯନ୍ତା
ପୁରୀ : ଲାସ୍ୟମୟୀ ନିଳାମ୍ବୁ ଚିଲିକା ପରିଦର୍ଶନ ପାଇଁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ପୁରୀ ବ୍ରହ୍ମଗିରି ଦେଇ ସାତପଡ଼ା ଯାଉଛନ୍ତି । ପୁରୀ ଠାରୁ ସାତପଡ଼ା ୪୪ କିଲୋମିଟର ଠାରୁ ଅଧିକ ହୋଇଥିବା ବେଳେ ୮୮ରୁ ଅଧିକ ହମ୍ପସ୍ ରହିଛି । ଏହା ସହ ରାସ୍ତା ଅନେକ ସ୍ଥାନରେ ବଙ୍କା ରହିଥିବାରୁ ରାସ୍ତା ଉପରେ ଗାଇଗୋରୁ ଶୋଇ ରହିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି । କେତେକ ଗାଡ଼ି ଚାଳକ ବେପାରୁଆ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ବୃଦ୍ଧି ପାଉଛି । ମଙ୍ଗଳାହାଟ ଛକ, କୋଇଲା ଅଡ଼ା ଛକ,ଗୋରୁଅ, ଗୋରୁଆଳ,ଜଗନ୍ନାଥ ରୋଡ଼ ଛକ, ବୁଢାବର, ହଳଦିଆ, ରେଣ୍ଢା, ରେବେଣା ନୂଆ ଗାଁ, କେରାଣ୍ଡିଆ,କାଠୁଆରେଡ଼ି,ବ୍ଲକ ଛକ, କଲେଜ ଛକ, ସିନେମା ହଲ ଛକ, ବ୍ରହ୍ମଗିରି ବଜାର, ଆଣ୍ଡିଆଳି, ସୁନାମୁହିଁ, ଯଦୁପୁରୁ ଓ ସାତପଡ଼ା ଛକରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏହି ରାସ୍ତାଟି ଜାତୀୟ ରାଜପଥ ହୋଇଥିଲେ ମଧ୍ୟ ରାସ୍ତାର ମରାମତି ଠିକ୍ ସମୟରେ କରାଯାଉନଥିବାରୁ ଅନେକ ସ୍ଥାନରେ ପିଚୁ ଉଡ଼ି ଗଲାଣି । ପ୍ରତିଦିନ ଏହି ରାସ୍ତାରେ ଟୁରିଷ୍ଟ ବସ, ରେଗୁଲାର ବସ,କାର,ଅଟୋ ଓ ବାଇକ ଯାତାୟାତ କରୁଛି । ମଙ୍ଗଳାଘାଟ ଛକରେ ପ୍ର୍ର୍ର୍ରତି ମିନିଟ୍ରେ ୭୦ଟି ଯାନ ଅତିକ୍ରମ କରୁଛି । ଏହି ରାସ୍ତା ଚଳଚଞ୍ଛଳ ଥିଲେ ବି ଦୁର୍ଘଟଣା ବୃଦ୍ଧି ପାଉଛି । ଏହି ରାସ୍ତାକୁ ୬ ଲାଇନ ବିଶିଷ୍ଟ କରିବା ସହ ରାସ୍ତା ମଝିରେ ଡ଼ିଭାଇଡ଼ର ପାଟିସନ କରି ଉଭୟ ପାଶ୍ୱର୍କୁ ଆଲୋକିକରଣ କରିବା ପାଇଁ ଦାବି ହେଉଛି ।
