ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ, ୧୨ ଗୁରୁତର
ପୁନେ : ମହାରାଷ୍ଟ୍ରର ପୁନେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୪ ମୃତ ଓ ୧୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ପୁନେରେ ଶୁକ୍ରବାର ବିଳମ୍ବିତ ରାତିରେ ନାଭାଲ ବ୍ରିଜ ଉପରେ ଏକ ଟ୍ୟାଙ୍କରକୁ କାର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ଗୁରୁତର ହୋଇଛନ୍ତି । ଘଟଣାପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏନେଇ ସେମାନେ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
