ବିଦ୍ୟାଧରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫ୍ରିଜିରେଟର୍ ପ୍ରଦାନ
କଟକ : ବିଦ୍ୟାଧରପୁର ପୂଜା କମିଟିର ସଭ୍ୟ ତଥା ବିଦ୍ୟାଧରପୁରସ୍ଥିତ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା କମିଟିର ସଦସ୍ୟ ନଗେନ୍ ମହାରଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ରେଫ୍ରିଜିରେଟର ଦାନ କରିଛନ୍ତି । ପୂର୍ବ ବୈଠକରେ ସ୍ୱାସ୍ଥ୍ୟକେନ୍ଦ୍ରର ଗୁୁଣାତ୍ମକ ସେବା ପ୍ରଦାନକୁ ସୁନିଶ୍ଚିତ କରିବାକୁ ସଭ୍ୟ ସଭ୍ୟା ଓ ସ୍ଥାନୀୟ ନାଗରିକମାନଙ୍କୁ ସହୃଦୟତାର ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଏହି ଦାନ ଉତ୍ସବ ପରିପ୍ରେକ୍ଷିରେ ଶ୍ରୀ ମହାରଣା ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳକ ତଥା ଉତ୍କଳ ସେବକ ସମାଜର ସଂପାଦକ ଅମୀୟ ଭୂଷଣ ବିଶ୍ୱାଳଙ୍କୁ ଶହେ ନବେ ଲିଟରିଆ ରେଫ୍ରିଜିରେଟରଟିକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିଥିଲେ । ହସ୍ତାନ୍ତର ଉତ୍ସବରେ ମୀନତୀ ମିଶ୍ର, ଅଙ୍କିତା ପଣ୍ଡା, ଅନିରୁଦ୍ଧ ଦାସ, ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକ ଡାକ୍ତର ରମାକାନ୍ତ ମହାପାତ୍ର ଅନୁଷ୍ଠାନ ତରଫରୁ ଶ୍ରୀ ମହାରଣାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
