ଆଶାକର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ
ବାରିପଦା : ଆଜି ବାରିପଦା କୃଷ୍ଣଚନ୍ଦ୍ର ଗୋଲାଇରୁ ଆଶା କର୍ମୀ ସଂଘ (ସିଆଇଟିୟୁ) ସଦଶ୍ୟ ମାନେ ଲାଲ ପତାକାରେ ସୁଶୋଭିତ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଆଇଟିୟୁ ଜିଲ୍ଲା ସମ୍ପାଦକ ଅମଲ ଦେଙ୍କ ସଭାପତିତ୍ୟରେ ଆୟୋଜିତ ସଭାରେ ସଂଘର ଜିଲ୍ଲା ସମ୍ପାଦିକା ରେବତୀ ପରିଡା, ସିଆଇଟିୟୁର ଜିଲ୍ଲା ସଭାପତି ରବି ଗୋସ୍ୱାମୀ, ଆଶା ସଂଘର ଯୁଗ୍ମ ସମ୍ପାଦିକା ଉର୍ମିଳା ଦାଶ, ଉପସଭାପତି ଜ୍ୟୋତିର୍ମୟୀ ଦାସ, ସହ ସମ୍ପାଦିକା ଅଶୋକା ବେହେରା, ମମତା ବେହେରା, ଗୀତାଂଜଳି ଦାସ, ସୁବର୍ଣ୍ଣ ଜେନା, ସୁକେଶିନୀ ବାରିକ ପ୍ରମୁଖ ଆଶାକର୍ମୀ ମାନଙ୍କୁ ସ୍ୱେଛାସେବୀ ବଦଳରେ କର୍ମଚାରୀର ମାନ୍ୟତା ଦେବା, ମାସକୁ ୨୬ହଜାର ଟଙ୍କା ମଜୁରି ପ୍ରଦାନ, ଅବସର ଓ ଦୁର୍ଘଟଣା ଜନୀତ ବୀମାରାଶିକୁ ୮ ଲକ୍ଷ ଟଙ୍କା କରିବା, ଇପିଏଫ୍ ଏବଂ ଇଏସ୍ଆଇ ଓ ବୀମାର ସୁବିଧା ପ୍ରଦାନ କରିବା, ସ୍ମାର୍ଟ ଫୋନ ପ୍ରଦାନ କରିବା, ସମସ୍ତ ସରକାରୀ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ସହ ଅଲ୍ଟ୍ରା ସାଉଣ୍ଡର ବ୍ୟବସ୍ଥା ରଖିବା ଇତ୍ୟାଦି ଦାବୀ ବିଷୟରେ ଆଲୋଚନା କରିଥିଲେ ସଂଘର କର୍ମକର୍ତା କୌଶଲ୍ୟା ବେହେରା, ଦମୟନ୍ତୀ ବେହେରା, ବାସନ୍ତୀ ନାୟକ, ଗୁରୁବାରି ସିଂ, ଦ୍ରୋପଦୀ ସିଂ, ପଦ୍ମାବତୀ ବେହେରା, ସାବିତ୍ରୀ ବାରିକ, ଅଂଜନା ମୁଖୀ, ଚମ୍ପାବତୀ ସାହୁ, ଆନ୍ନଦା ମହାନ୍ତ, ମମତା ବେହେରା, ସାବିତ୍ରୀ ବାରିକ, ନମିତା ରାଉତ, ମାମି ମୁଖୀ, ରତ୍ନ ମଂଜରି ସାହୁ, ସରସ୍ୱତୀ ମହାନ୍ତ, ମାମିନା ଟୁଡୁ, ସୁମିତ୍ରା ସୋରେନ, ଗମତା ମାଝି, ରଂଜିତା ଜେନା , ନିୟତି ରାଉତ, ଶ୍ରୀମତୀ ମହାନ୍ତ, ମମତା ପାଲ ପ୍ରମୁଖଙ୍କ ନେତୃତ୍ୱରେ ବହୁ ଆଶା କର୍ମୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସିଡିଏମଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।
