ଆନ୍ତର୍ଜାତୀୟ ରଗବି ଖେଳାଳୀଙ୍କୁ କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଶ୍ରୀମା ମହିଳା ମହାବିଦ୍ୟାଳୟ ପକ୍ଷରୁ ସମସ୍ତ ଫି ଛାଡ
ବାରିପଦା : ବାରିପଦାସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟ +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ ଆରତୀ ମୁର୍ମୁ ନେପାଳର କାଠମାଣ୍ଡୁ ଠାରେ ଅନୁଷ୍ଠିତ ଏସୀୟ ରଗବି ଇଭେଣ୍ଟରେ ଭାରତୀୟ ଦଳରେ ଅଂଶଗ୍ରହଣ କରି ରୌପ୍ୟ ପଦକ ବିଜେତା ହୋଇ ଥିବାରୁ ସେ ପାଠପଢୁଥିବା ଶ୍ରୀମା ମହିଳା ମହାବିଦ୍ୟାଳୟରେ ତାଙ୍କୁ ଉଚ୍ଛସ୍ୱିତ ସମ୍ବର୍ଧନା ଜ୍ଞାପନ କରାଯିବା ସହ କଲେଜ ପକ୍ଷରୁ ତାଙ୍କର ସମସ୍ତ ଫିସ ଛାଡ କରାଯାଇଥିବାର ଜଣାଯାଇଛି । ଆରତୀଙ୍କ ଏହି ସଫଳତାରେ ଶ୍ରୀମା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନଟବର ଗିରି, କ୍ରୀଡ଼ା ଶିକ୍ଷକ ମିହିର କୁମାର ସଦୁଆଳ, ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପିକା ଗୀତା ଶତପଥୀ, ପ୍ରାଧ୍ୟାପିକା ଡ. ସ୍ମିତା ଭଂଜ , ଅଧ୍ୟାପିକା ମାନସୀ ରାଣୀ ବାରିକ, ପ୍ରଣତୀ ମହାପାତ୍ର, ଦୀପକ କୁମାର ରାଉତ, ସମସ୍ତ ପ୍ରାଧ୍ୟାପକ ପ୍ରାଧ୍ୟାପିକା, କର୍ମଚାରୀ ତଥା ସମସ୍ତ ଛାତ୍ରୀ ତାଙ୍କୁ ଏକ ବର୍ଣ୍ଣାଢ଼ ଶୋଭାଯାତ୍ରାରେ ମହାବିଦ୍ୟାଳୟ ପରିସରକୁ ସ୍ୱାଗତ କରିବା ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଆରତୀଙ୍କର ସମସ୍ତ ଫି ଛାଡ଼ କରିବାର ଘୋଷଣା କରିଥିଲେ ।
