ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
କଟକ : ରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ସେବା କରିବା ପାଇଁ ଡାକ୍ତର, ନର୍ସ, ପୋଲିସ ଓ ସାମ୍ବାଦିକଙ୍କ ସହ ସଫେଇ କର୍ମଚାରୀମାନେ ଆଗେଇ ଆସିଥିଲେ । ପବିତ୍ର ଦୂର୍ଗା ପୂଜା ଅବସରରେ ୱାର୍ଡର କର୍ପୋରେଟର ସୌଭାଗିନୀ ଜେନା ୱାର୍ଡର ୩୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଭଳି କାର୍ଯ୍ୟକ୍ରମକୁ ଉପସ୍ଥିତ ଥିବା ନେତୃମଣ୍ଡଳୀ କର୍ପୋରେଟର ସୌଭାଗିନୀଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ଏହିପରି କାର୍ଯ୍ୟକ୍ରମ ସଫେଇ କର୍ମଚାରୀଙ୍କୁ କାମ କରିବାକୁ ଆଗାମୀ ଦିନରେ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ୱାର୍ଡର ତାରକନାଥ ଦାସ, ଚନ୍ଦନ ଦାସ, ଗୋଲକ ବିହାରୀ ନାୟକ, ସଞ୍ଜୟ ରାଉତ, ସନ୍ତୋଷ ମିଶ୍ର, ପ୍ରମୋଦ ବେହେରା, ପ୍ରଦୀପ ସେଠୀ, ପ୍ରତାପ ସ୍ୱାଇଁଙ୍କ ସମେତ ୱାର୍ଡର ବହୁ କର୍ମକର୍ତା ଉପସ୍ଥିତ ଥିଲେ ।
