ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୯ ଡାକ୍ତରୀ ଅଧ୍ୟାପକଙ୍କୁ ପଦୋନ୍ନତି
ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୯ଜଣ ଡାକ୍ତରୀ ଅଧ୍ୟାପକଙ୍କୁ ପଦୋନ୍ନତି ଦିଆଯାଇଛି। ପୂର୍ବରୁ ସେମାନେ ସହକାରୀ ପ୍ରଫେସର ଥିବା ବେଳେ ଏବେ ଆସୋସିଏଟ୍ ପ୍ରଫେସର ଭାବେ ପଦୋନ୍ନତି ମିଳିଛି ।
ଡା. ସବ୍ୟସାଚୀ ଦାସ, ଡା. ଜଗନ୍ନାଥ ମିଶ୍ର, ଡା. ଏ ସେଠୀ, ଡା. ମାନସ ରଂଜନ ମଲ୍ଲିକ, ଡା. ସ୍ବୟଂପ୍ରଭା ପ୍ରଧାନ, ଡା. ଅନିତା ଚୌଧୁରୀ, ଡା. ଗୀତାଶ୍ରୀ ମିଶ୍ର, ଡା. ପଲ୍ଲବୀ ଭୂୟାଁ, ଡା. ଜଗଦୀଶ ବେହେରା, ଡା. ବନ୍ଦନା ମିଶ୍ର, ଡା. ମୋନାଲିଦା ପଣ୍ଡା. ଡା. ସଂଜୀବ ଶତପଥୀ, ଡା. ଦୀପନ୍ବିତା ରାଉତରାୟ, ଡା. ସୁଚରିତା ହାଲଦାର, ଡା. ମନୋଜ ଦାଶ, ଡା. ଅଜୟ ଭଟ୍ଟ ଓ ଡା. ସୁଜାତା ସେଠୀ ପ୍ରମୁଖ ପଦୋନ୍ନତି ପାଇବା ପରେ ବିଭିନ୍ନ ମେଡିକାଲ କଲେଜରେ ନିୟୋଜିତ ହୋଇଛନ୍ତି।
