ଓଡିଶା ଅମଲା ସଂଘର ସମ୍ବର୍ଦ୍ଧନା ସଭା
କଟକ : କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଅମଲା ସଂଘର ରାଜ୍ୟ ଚେୟାରମ୍ୟାନ ଅସିତ ଚରଣ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଶିଷ୍ଟ କର୍ମଚାରୀ ନେତା ତଥା ବରିଷ୍ଠ ସଂଗଠକ, ହୃଦୟ ବିହାରୀ ମହାପାତ୍ରଙ୍କୁ ଓଡିଶା ରାଜ୍ୟ ଅମଲା ସଂଘର ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଏହି ଅବସରରେ ଅତିଥିମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଂଘର କଟକ ଜିଲ୍ଲା ଶାଖା ସଭାପତି ବିଶ୍ୱମୋହନ ମହାପାତ୍ର, ଗୁରୁ ଗୋବିନ୍ଦ ଦଳାଇ, ବିଭୁପ୍ରସାଦ ଅମିୟ ରଂଜନ ଜେନା, ଅକ୍ଷୟ କୁମାର ସାହୁ ପ୍ରମୁଖ ଏହି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ତପନ ମହାନ୍ତି, ପ୍ରଦ୍ୟୁମ୍ନ ନନ୍ଦ, ଦୀକ୍ଷିତ ସ୍ୱାଇଁ, ଲଳିତ ଶତପଥୀ, ଚିତ୍ତରଞ୍ଜନ ପଟ୍ଟନାୟକ, ମାନସ ପତି, ବିଶ୍ୱଜିତ ଆଚାର୍ଯ୍ୟ, ଆଶିଷ ସିହ୍ନା, ବିଭୂତି ଭୂଷଣ ମିଶ୍ର, ହୁସେନ ଅଲ୍ଲି ଖାନ, କାର୍ତ୍ତିକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
