୧୫୭ ସ୍ୱତନ୍ତ୍ର ଉପହାର ସହ ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ
ଓ୍ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଶେଷ । ନ୍ୟୁୟର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମୋଦି ଏବେ ସ୍ୱଦେଶ ବାହୁଡିଛନ୍ତି । ଅର୍ଥାତ୍ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ ବାହାରିଛନ୍ତି । ତେବେ ଭାରତ ଆସିବା ବେଳେ ସାଙ୍ଗରେ ନେଇ ଆସିଛନ୍ତି ୧୫୭ଟି ସ୍ୱତନ୍ତ୍ର ଉପହାର । ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ସମ୍ବୋଧନ କରିବା ପରେ ମୋଦୀ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କାଳରେ ବଡ଼ ବଡ଼ ବ୍ୟବସାୟ ପ୍ରତିନିଧିମାନଙ୍କୁ ଭେଟିଥିଲେ । ସେ ୱାଶିଂଟନ ଡିସିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ସେହିପରି ଗସ୍ତ ଆରମ୍ଭରେ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହିତ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ କ୍ୱାର୍ଡ ସମ୍ମିଳନୀକୁ ମଧ୍ୟ ସଂବୋଧନ କରିଥିଲେ । ସେ ଅଷ୍ଟ୍ରେଲିଆ ଓ ଜାପାନ ସମକକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ କ୍ୱାର୍ଡ ବୈଠକରେ ଚାରି ଦେଶ ଦ୍ୱାରା ଆଫଗାନିସ୍ତାନ ଏବଂ ସେଠାକାର ତାଲିବାନୀ ସରକାର ଉପରେ ବିସ୍ତୃତ ଚର୍ଚ୍ଚା ହୋଇଛି । ଆଫଗାନିସ୍ତାନ ସହିତ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ରାୟ ରଖାଯାଇଛି ଏବଂ ଭବିଷ୍ୟତର ଉଦ୍ଦେଶ୍ୟରେ ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ତାଲିବାନ ବ୍ୟତୀତ ଚୀନ ବିପକ୍ଷରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଂଚିବା ପରେ ଭାରତୀୟ ସମର୍ଥକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ମୋଦୀ ଯେଉଁ ହୋଟେଲରେ ପହଂଚିଥିଲେ, ସେଠାକାର ବାହାରେ ଭାରତୀୟ ପ୍ରଶଂସକମାନେ ଭିଡ ଲଗାଇଥିଲେ । ହୋଟେଲ ବାହାରେ ଭାତୀୟ ଲୋକେ ନିଜ ଦେଶର ଲୋକପ୍ରିୟ ନେତାଙ୍କୁ ଦେଖି କହୁଥିଲେ- ବନ୍ଦେ ମାତରମ ଓ ଭାରତ ମାତା କି ଜୟ।
