ଆଧାରକାର୍ଡ଼କୁ ନେଇ ଆସିଲା ନୂଆ ଖବର : ବଦଳିଲା ପ୍ରସ୍ତୁତି ନିୟମ
ନୂଆଦିଲ୍ଲୀ : ଆଧାରକାର୍ଡ଼କୁ ନେଇ ଆସିଲା ନୂଆ ଖବର । ବଦଳିଲା ଆଧାରକାର୍ଡ଼ ପ୍ରସ୍ତୁତି ନିୟମ । ଏଥିଯୋଗୁଁ ସମସ୍ତଙ୍କ ଉପରେ ପଡିବ ପ୍ରଭାବ । ଧନୀ ହୁଅନ୍ତୁ କି ଗରିବ ସମସ୍ତେ ଏହା ଦ୍ୱାରା ପ୍ରଭାବିତ ହେବେ । ସବୁଠି ସବୁ ସମୟରେ ଦରକାର ଆଧାର କାର୍ଡ। ପିଲା ଜନ୍ମ ହେବାଠାରୁ ଆରମ୍ଭ କରି ଶବ ସତ୍କାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହା ଦରକାର ହୋଇଥାଏ। ଯଦି ଆପଣଙ୍କ ଆଧାର କାର୍ଡ ଭୁଲ୍ ଥାଏ ତେବେ ଆପଣ ଅସୁବିଧାରେ ପଡିଥାନ୍ତି । ଏସବୁ ଅସୁବିଧାକୁ ଏଡାଇବା ପାଇଁ ଆସିଛି ଆଧାର କାର୍ଡ ପ୍ରସ୍ତୁତିର ନୂଆ ନିୟମ । ତେବେ ଆସନ୍ତୁ ଜାଣିବା କଣ ସେହି ନୂଆ ନିୟମ ।
ଆଧାର ପ୍ରସ୍ତୁତି ପ୍ରକ୍ରିୟାରେ ପରିବର୍ତ୍ତନ କରିଛି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ୟୁଆଇଡ଼ିଏଆଇ। ନୂଆ ନିୟମ ଅନୁସାରେ ୫ ବର୍ଷରୁ କମ ପିଲାଙ୍କ ପାଇଁ ଆଉ କୌଣସି ବାୟୋମେଟ୍ରିକ ଡିଟେଲର ଆବଶ୍ୟକତା ନାହିଁ । ଶିଶୁକୁ ୫ ବର୍ଷ ବୟସ ହେଲେ ବାୟୋମେଟ୍ରିକ ଅପଡେଟ ବାଧ୍ୟତାମୂଳକ ବୋଲି ୟୁଆଇଡ଼ିଏଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏଣିକି ଶିଶୁ ଆଧାର ପ୍ରସ୍ତୁତି ପାଇଁ ଅଭିଭାବକମାନଙ୍କୁ ପାସପୋର୍ଟ, ପନକାର୍ଡ, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ନରେଗା ଜବକାର୍ଡକୁ ସାମିଲ କରାଯାଇଛି । ସେହିଭଳି ଠିକଣା ପ୍ରମାଣପତ୍ର ପାଇଁ ବ୍ୟାଙ୍କ ଷ୍ଟେଟମେଣ୍ଟ ବା ପାସବୁକ, ପୋଷ୍ଟ ଅଫିସ ଆକାଉଣ୍ଟ ଷ୍ଟେଟମେଣ୍ଟ, ରାସନ କାର୍ଡ ଦେବାକୁ କୁହାଯାଇଛି ।
