ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
#WATCH Prime Minister Narendra Modi pays floral tributes to Mahatma Gandhi at Rajghat on #GandhiJayanti pic.twitter.com/GE63jP2Nhe
— ANI (@ANI) October 2, 2021
ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଜନ୍ମ-ଜୟନ୍ତୀ ଉପଲକ୍ଷେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ପୂଜ୍ୟ ବାପୁଙ୍କ ଜୀବନ ଓ ଆଦର୍ଶ ଦେଶର ସମସ୍ତ ପିଢ଼ିଙ୍କୁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଉଥିବ। ସେହିଭଳି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରିଛନ୍ତି, ଜୟନ୍ତୀ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ବାହାଦୁର ଶାସ୍ତ୍ରୀଜୀଙ୍କୁ ଶତ-ଶତ ପ୍ରଣାମ। ମୂଲ୍ୟବୋଧ ଏବଂ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ ତାଙ୍କ ଜୀବନ ଦେଶବାସୀଙ୍କ ପାଇଁ ସଦାସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବ।
Delhi | PM Narendra Modi pays tribute to former PM Lal Bahadur Shastri at Vijay Ghat on his birth anniversary pic.twitter.com/Izl0U3ppt7
— ANI (@ANI) October 2, 2021
ପ୍ରଧାନମନ୍ତ୍ରୀ ଶନିବାର ପ୍ରତୁ୍ୟଷରେ ରାଜଘାଟକୁ ଯାଇ ଗାନ୍ଧିଜୀ ଏବଂ ବିଜୟ ଘାଟଠାରେ ଶାସ୍ତ୍ରିଜୀଙ୍କ ସ୍ମାରକୀ ସ୍ଥଳରେ ପୁଷ୍ପାଞ୍ଜଳି ଦେବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଗାନ୍ଧିଜୀଙ୍କର ଏହା ୧୫୨ ତମ ପବିତ୍ର ଜୟନ୍ତୀ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଗାନ୍ଧିଜୀଙ୍କର ଚିନ୍ତାଧାରା ଓ ଜୀବନ ପ୍ରତ୍ୟେକ ପିଢିଙ୍କୁ ସେମାନଙ୍କ କର୍ତ୍ତବ୍ୟପଥରେ ଅଗ୍ରସର ହେବା ନିମନ୍ତେ ପ୍ରେରଣା ଯୋଗାଇବ । ତାଙ୍କର ମହତ ନୀତିଗୁଡିକ ବିଶ୍ୱସ୍ତରରେ ପ୍ରାସଙ୍ଗିକ ହୋଇଛି ଏବଂ କୋଟି କୋଟି ଲୋକଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରୁଛି । ଏହାପରେ ପ୍ରଧାନମନ୍ତ୍ରୀ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ୧୧୭ତମ ଜୟନ୍ତୀ ଅବସରରେ ତାଙ୍କ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୋଦି କହିଥିଲେ, ଶାସ୍ତ୍ରୀଜୀଙ୍କର ଜୀବନର ମୂଲ୍ୟବୋଧ ଏବଂ ନୀତିଗୁଡିକ ସମସ୍ତ ନାଗରିକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।
